ସୋନା ଏରୋବିକ୍‌ ଫିଟ୍‌ନେସ୍‌ ହବ୍‌ ପକ୍ଷରୁ ୧୦୫ ୟୁନିଟ୍‌ ରକ୍ତ ସଂଗୃହୀତ

କଟକ/ଫୁଲନଖରା : ସୋନା ଏରୋବିକ୍‌ ଆଣ୍ଡ୍‌ ଫିଟ୍‌ନେସ୍‌ ହବ୍‌, ନାରାୟଣ ଚାରିଟେବୁଲ ଟ୍ରଷ୍ଟ ଓ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଏସ୍‌ସିବି ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହୋଇଛି। ଶିବିରରୁ ମୋଟ ୧୦୫ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ଏହି ଶିବିରରେ ସମାଜସେବୀ ଡି.ପ୍ରକାଶ ରାଓ, ନାରାୟଣ ଚାରିଟୁବଲ ଟ୍ରଷ୍ଟର ଅଧ୍ୟକ୍ଷ ନାରାୟଣ ସାମଲ ଓ ସୋନା ଏରୋବିକ୍‌ ଆଣ୍ଡ ଫିଟ୍‌ନେସ୍‌ ହବ୍‌ର ପରିଚାଳନା ନିର୍ଦ୍ଦେଶିକା ସୁପ୍ରିୟା ମହାନ୍ତି ଅତିଥି ଭାବେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟପକ୍ଷରେ ଜରିପଡ଼ାସ୍ଥିତ କୃଷ୍ଣମୂର୍ତ୍ତି ଓ୍ଵାର୍ଲ୍ଡ ସ୍କୁଲ୍‌ ପରିସରରେ ଆଞ୍ଚଳିକ ବିକାଶ ପରିଷଦ ଓ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ଆନୁକୂଲ୍ୟରେ ଆଉ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ଶିବିରରୁ ମୋଟ ୯୦ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି।

୩୧୭ ୟୁନିଟ୍‌ ରକ୍ତ ସଂଗ୍ରହ

ବାଲେଶ୍ୱର : ଖରାଦିନେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଆୟୋଜନକୁ ତ୍ୱରାନ୍ଵିତ କରାଯାଉଛି। ଏହିକ୍ରମରେ ଉତ୍ତର ଓଡ଼ିଶାରେ ଆଜି ଆମ ଓଡ଼ିଶା ଓ ବିଭିନ୍ନ ଅନୁଷ୍ଠାନ ସହାୟତାରେ ୫ଟି ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଏଥିରୁ ମୋଟ ୩୧୭ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ଜଳେଶ୍ୱର ପଥରପୁରା କ୍ରିକେଟ କମ୍‌ ଆଥ୍‌ଲେଟିକ କ୍ଲବ ପକ୍ଷରୁ ସର୍ବାଧିକ ୧୨୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି।

ସମ୍ବନ୍ଧିତ ଖବର