ଗରଦପୁରରେ ରକ୍ତଦାନ ଶିବିର : ୧୧୦ ୟୁନିଟ ସ˚ଗ୍ରହ

ଗରଦପୁର : ଗରଦପୁର ବ୍ଲକ କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟରେ ଆଜି ଅନୁଷ୍ଠିତ ରକ୍ତଦାନ ଶିବିରରେ ୧୧୦ ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଛନ୍ତି। ସମ୍ବାଦ-ଆମ ଓଡିଶା, କଲେଜ ରେଡକ୍ରସ, ଏନ୍‌ସିସି, ଏନଏସଏସ ୟୁନିଟର ମିଳିତ ସହଯାଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଅ˚ଜନ କୁମାର ସ୍ବାଇଁ, ବିଧାୟକ ପ୍ରତିନିଧି ରାଜେଶ ଦାସ, ରେଡକ୍ରସ ଅଧିକାରୀ ଡା. ମାନସ ଜେନା, ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଭୈୖରବ ବ୍ରହ୍ମା, ପ୍ରାଧୢାପକ ଡ. କବିର ଚରଣ ସ୍ବାଇଁ ଯୋଗଦେଇ ଶିବିର ଉଦଘାଟନ କରିଥିଲେ। ଏନଏସଏସ ଅଧିକାରୀ ଡ.ରମେଶ କୁମାର ମହାନ୍ତି, ଏନସିସି ଅଧିକାରୀ ଅଧୢାପକ ଦୁର୍ଯୋଧନ ଜେନା, ଏନଏସଏସ ଜିଲ୍ଲା ପ୍ରୋଗ୍ରାମ ସ˚ଯୋଜକ ଅଧୢାପକ କ୍ଷୀରୋଦ ପ୍ରସାଦ ନାୟକ ଉପସ୍ଥିତ ଥିଲେ। ଶିବିରରେ ଅଧୢାପକ ଶଶିକାନ୍ତ ନାୟକ, ଅଧୢାପକ ଶୁଭନାରାୟଣ ବେହେରା, ଅଧୢାପକ ଦୁର୍ଗା ପ୍ରସାଦ ଷଢଙ୍ଗୀ, ଅଧୢାପିକା ଏଲିନା ପରିଡା ପ୍ରମୁଖ ଛାତ୍ରଛାତ୍ରୀଙ୍କୁ କାଉନସେଲି˚ କରିଥିଲେ। ସମ୍ବାଦ ପ୍ରତିନିଧି ନବଘନ ନାୟକ ଶିବିର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର