୧୬୧ୟୁନିଟ୍‌ ରକ୍ତ ସଂଗୃହୀତ

ବ୍ରହ୍ମପୁର : ସାଧାରଣତନ୍ତ୍ର ଦିବସ ଅବସରରେ ଆମ୍ବପୁଆ ସ୍ଥିତ ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ମାର୍ଟ ଭେଲ୍ୟୁ ପ୍ରଡକ୍ଟସ୍‌ ଆଣ୍ଡ ସର୍ଭିସେସ୍‌ ଲିମିଟେଡ୍‌, ଆଇନ ମହାବିଦ୍ୟାଳୟ ଓ ଆମ ଓଡ଼ିଶା ତରଫରୁ ଆୟୋଜିତ ଶିବିରରେ ମୋଟ ୧୬୧ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ରାଜେନ୍ଦ୍ର ପ୍ରସାଦ ଦାଶ ରକ୍ତଦାନ ଶିବିର ଉଦ୍‌ଘାଟନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଏନ.ଏସ୍‌.ଜେ ରାଓ, ସମ୍ପାଦକ ଡ. ସରୋଜ କୁମାର ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର