ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ ରକ୍ତଦାନ ଅଭିଯାନ

ସଂଗ୍ରହ ହେଲା ୨୩ହଜାର ୟୁନିଟ ରକ୍ତ

ଭୁବନେଶ୍ବର : ଅକ୍ଟୋବର ୨ରୁ ନଭେମ୍ବର ୨ପର୍ଯ୍ୟନ୍ତ ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ରକ୍ତଦାନ ଅଭିଯାନରେ ୨୩ହଜାରରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ହୋଇଛି ବୋଲି କୁହାଯାଇଛି। ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏକ ମାସବ୍ୟାପୀ ଚାଲିଥିବା ବିଭିନ୍ନ ରକ୍ତଦାନ ଶିବିରରେ ରେକର୍ଡ ୨୩ହଜାର ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଯାହା ଗୋଟିଏ ମାସରେ ରକ୍ତ ସଂଗ୍ରହରେ ସର୍ବକାଳୀନ ରେକର୍ଡ। ଏଥିରେ କଟକ ଜିଲ୍ଲାରେ ସର୍ବାଧିକ ୫୦୫୩ୟୁନିଟ, କେନ୍ଦୁଝରରୁ ୨୦୪୩ୟୁନିଟ, ଗଞ୍ଜାମରୁ ୧୮୪୩ୟୁନିଟ, ଯାଜପୁରରୁ ୧୭୯୮ୟୁନିଟ, ବାଲେଶ୍ବରରୁ ୧୭୬୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଏହି ଗୋଟିଏ ମାସରେ ବିଭିନ୍ନ ସ୍ଥାନରେ ସମାଜସେବା, ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା। ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ଅଧିକରୁ ଅଧିକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସାଂସଦ ସୁଜିତ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର