ଦଶମନ୍ତପୁର: ସ୍ଥାନୀୟ ଲୁଲା ପଞ୍ଚାୟତ କାର୍ଯ୍ୟାଳୟରେ ଏସଏଲଏନ ମେଡିକାଲ କଲେଜରେ ରକ୍ତ ଭଣ୍ତାର ଓ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ବୁଧବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ୧୪ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରାଯାଇଛି।

Advertisment

ଆମ ଓଡ଼ିଶା ଅଧୢକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଓଡ଼ିଶାରେ କାହାରିଙ୍କୁ ରକ୍ତ ଅଭାବରୁ ମରିବାକୁ ଦେବାନାହିଁ ଉକ୍ତିକୁ ସାର୍ଥକ କରାଇଛନ୍ତି। ରକ୍ତଦାନ ଯେ ମହତ ଦାନ ତାହାକୁ ସେବିକା ସମୂହ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦହରଣ ସୃଷ୍ଟି କରିଛନ୍ତି। ଏହି ଶିବିରରେ ଦଶମନ୍ତପୁର ବ୍ଲକ ପ୍ରତିନିଧି ପ୍ରମୋଦ ଖରା, ଚୋଳଗଙ୍ଗ ବିଷ‌ୋଇ, ଦୁର୍ଯ୍ୟୋଧନ ଲମତା, ରାଜୀବ ବିଷୋୟୀ, କୂଳମଣି ବିଷ‌ୋୟୀ, ପ୍ରବୀଣ ଡଙ୍ଗ୍ରମ, ଦୁର୍ଯ୍ୟୋଧନ ଦାଶ, ଲିଙ୍ଗରାଜ ବିଷୋୟୀ ପ୍ରମୁଖ ପରିଚାଳନା କରିଥିଲେ।

ରକ୍ତଦାତା ଜୀବନ ଦାତା: ଚୋଳଗଙ୍ଗ ବିଷ‌ୋଇ, ରାଜୀବ କୁମାର ବିଷୋୟୀ, ବୁଦ୍ଧଦେବ ବିଷୋୟୀ, ହଳଧର ଲାମତା, ଜତିନ ବିଷୋୟୀ, କେଦାରନାଥ ବିଷୋୟୀ, ଲକ୍ଷ୍ମଣ ସାଉନ୍ତା, କୂଳମଣି ମୁଦୁଲି, ସଞ୍ଜିତ କୁମାର ଖୋସଲା, ବାବୁଲା ହିଆଲ, ଶଙ୍କର୍ଷଣ ବିଷ‌ୋୟୀ, ସୁଧାଂଶୁ ଶେଖର ବିଷ‌ୋୟୀ, ପ୍ରବୀଣ ଡଙ୍ଗ୍ରୀ।