ନୂଆବର୍ଷରେ ରକ୍ତଦାନ ଶିବିର: ଫାଲକନ୍‌ରୁ ୧୭୨ ୟୁନିଟ୍‌ ସଂଗୃହୀତ

ଭୁବନେଶ୍ବର : ପ୍ରତିବର୍ଷ ପରି ଏଥର ବି ନୂଆବର୍ଷରେ ଫାଲକାନ୍ ମେରାଇନ୍ ଏକ୍ସପୋର୍ଟ ପକ୍ଷରୁ ଭୁବନେଶ୍ବର ଚନ୍ଦକ‌‌ା ଇଣ୍ଡଷ୍ଟ୍ରିଆଲସ୍ଥିତ ଫାଲକନ୍ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରୁ ମୋଟ୍‌ ୧୭୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ସମ୍ବାଦ-ଆମ ଓଡ଼ିଶା ଓ କୁଶ ଫାଉଣ୍ଡେସନ୍‌ ସହଯୋଗରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ଫାଲକନ୍‌ର ନିର୍ଦ୍ଦେଶିକା ପ୍ରିୟଙ୍କା ମହାନ୍ତି, ସିଓଓ ପି. ପଦ୍ମନାଭନ୍, ରଶ୍ମିତା ପଟ୍ଟନାୟକ, କୁଶ ଫାଉଣ୍ଡେସନ୍‌ର ଚେୟାରପର୍ସନ ଧରିତ୍ରୀ ପଟ୍ଟନାୟକ, ଇନ୍‌ଫୋସିଟି ଥାନା ଆଇଆଇସି ସମିତା ମିଶ୍ର, ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର ଓ ସମାଜସେବୀ ମିହିର କୁମାର ରାଉତ ପ୍ରମୁଖ ‌ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

କୁଶ ଫାଉଣ୍ଡେସନ୍‌ର ସଂଯୋଜକ ଆଶୁତୋଷ ଦାଶ ଓ ଏମ୍. ସୁରେଶ କୁମାର ଶିବିର ପରିଚାଳନା କରିଥିଲେ। ସାଜି ସି.ଆର୍, ଦେବେନ୍ଦ୍ର ସ୍ବାଇଁ, ଦୀପକ ପାଳ, ଶିଳ୍ପୀ ମହାନ୍ତି, ସ୍ବୟଂଶଙ୍କର ଦାସ, ଶତାବ୍ଦୀ ପରିଜା, କଳ୍ପନା ସାହୁ, ଶୁଭ୍ରାଲିନ ଜେନା, ରଶ୍ମିରେଖା ସାହୁ, ଚିଲିକା ପ୍ରିୟଦର୍ଶିନୀ, କାବେରୀ ପତି, ସଂଗୀତା ଦାଶ, ପଦ୍ମିନୀ ଦାଶ, ଈପ୍ସିତା, ପୁଷ୍ପିତା, ପ୍ରକାଶ ଦାସ, ସ୍ବାଗତିକା ଓଝା, ଏମ୍. ରାମାରାଓ, ବି.ଆର୍ ପଟ୍ଟନାୟକ ଓ ଉତ୍ତମ ପୁନିଆଁ ପରିଚାଳନା କାର୍ଯ୍ୟରେ ସହାୟତା କରିଥିଲେ। ଅନୁଷ୍ଠାନର କର୍ମକର୍ତ୍ତା ଓ ସହକର୍ମୀମାନେ ଶିବିରରେ ରକ୍ତଦାନ କରିଥିଲେ।

ଓଡ଼ିଶା ରକ୍ତକେନ୍ଦ୍ର, ବିଏମ୍‌ସି ପକ୍ଷରୁ ଡାକ୍ତର କଲ୍ୟାଣ କୁମାର ସରକାର, ସଂଘମିତ୍ରା ସ୍ବାଇଁ, ‌କୈବଲ୍ୟ ପ୍ରଧାନ, ଲିପକ ପାତ୍ର, ରଶ୍ମିତା ବାରିକ ଓ ପ୍ରକାଶ ଚନ୍ଦ୍ର ବରାଳ ଏହି ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ଶିବିରରେ ସମସ୍ତ ରକ୍ତଦାତାଙ୍କୁ ସାନିଟାଇଜର୍‌ ଓ ମାସ୍କ ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ନବବର୍ଷରେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବାରୁ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସମସ୍ତ ରକ୍ତଦାତାଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଆୟୋଜକ ଫାଲକନ୍‌ ଅନୁଷ୍ଠାନକୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର