ରମ୍ଭା : ରମ୍ଭା ଥାନାର ନୂତନ କୋଠା ନିର୍ମାଣର ବର୍ଷ ପୂର୍ତ୍ତି ଅବସରରେ ଆମ ପୁଲିସ ସମିତି, ରମ୍ଭାସ୍ଥିତ ଗାୟତ୍ରୀ ପରିବାର ବିଶ୍ୱମଙ୍ଗଳ ଗୋକଲ୍ୟାଣ ସମିତି ଏବଂ ‘ସମ୍ବାଦ ଓ ଆମ ଓଡ଼ିଶାର ମିଳିତ ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରୁ ମୋଟ ୧୧୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏଥିରେ ଗଞ୍ଜାମ ଏସ୍.ପି. ବ୍ରିଜେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ, ରମ୍ଭା ଥାନାଧିକାରୀ ଦୀପ୍ତିରଂଜନ ବେହେରା, ହୁମ୍ମା ଫାଣ୍ଡି ଅଧିକାରୀ ଦେବବ୍ରତ ପ୍ରିୟଦର୍ଶୀ, ଗଞ୍ଜମ ବ୍ଲକ୍ ପ୍ରାକ୍ତନ ଅଧ୍ୟକ୍ଷ ସୁରଥ ପାହାନ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ବିଶ୍ବାଳ, ରମ୍ଭା ଏନ୍ଏସି ଅଧ୍ୟକ୍ଷା ପ୍ରତିନିଧି କାହ୍ନା ସ୍ୱାଇଁ, ଉପାଧ୍ୟକ୍ଷ କାଳିଆ ତରେଇ ଓ ସୀମାଞ୍ଚଳ ବାଡ଼ତ୍ୟା ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
‘ଆମ ଓଡ଼ିଶା’ ସହଯୋଗରେ ୧୧୫ ୟୁନିଟ୍ ରକ୍ତ ସଂଗ୍ରହ
/sambad/media/post_attachments/wp-content/uploads/2022/05/ganja.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)