ଗୋଳନ୍ଥରା : ବ୍ରହ୍ମପୁର ରକ୍ତଭଣ୍ଡାରରେ ରକ୍ତ ଅଭାବ ସଂପର୍କିତ ଖବର ପ୍ରକାଶ ପରେ ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ‘ନିଷ୍ଟ୍ ସହଯୋଗର ହାତ ବଢ଼ାଇବାକୁ ଅଣ୍ଟା ଭିଡ଼ିଥିଲା। ଏହିକ୍ରମରେ ଆଜି ଅନୁଷ୍ଠାନର କ୍ୟାମ୍ପସ୍ ପରିସରରେ ‘ସମ୍ବାଦ-ଆମ ଓଡ଼ିଶା ଓ ‘ନିଷ୍ଟ୍‌ ଇଞ୍ଜିନିୟରିଂ କଲେଜର ଏନ୍ଏସ୍ଏସ୍‌ର ମିଳିତ ସ‌ହଯୋଗରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୧୧୫ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି।

Advertisment

ଶିବିରକୁ ‘ନିଷ୍ଟ୍‌ ଚେୟାରମ୍ୟାନ୍‌ ଡ. ସୁକାନ୍ତ କୁମାର ମହାପାତ୍ର ଉଦ୍‌ଘାଟନ କରିଥିଲେ। ଏନ୍‌ଏସ୍‌ଏସ୍ ୟୁନିଟ୍‌ର କାର୍ଯ୍ୟକ୍ରମ ଅଧିକାରୀ ଶିବପ୍ରସାଦ ତ୍ରିପାଠୀ ଓ ପ୍ରଦୀପ୍ତା ବିଶ୍ଵାଳଙ୍କ ମାର୍ଗଦର୍ଶନ ଏବଂ ପ୍ରଫେସର୍‌ ସରୋଜ ପାଢୀ, ପ୍ରଫେସର୍ ପ୍ରଦୀପ ଜେନା, ଡ.ପ୍ରଦ୍ୟୁମ୍ନ ପାତ୍ର, ଡ.ସୁଶାନ୍ତ କୁମାର ସାହୁ ଓ ଡ.ମାନବେନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ଶିବିରର ଶୁଭାରମ୍ଭ ହୋଇଥିଲା। ଏନ୍ଏସ୍ଏସ୍‌ କ୍ୟାପ୍‌ଟେନ୍‌ ପ୍ରିୟଙ୍କା ପ୍ରତିହାରୀ ଏବଂ ଗୌରବ କୁମାର, ‘ସମ୍ବାଦ ରଙ୍ଗେଇଲୁଣ୍ଡା ପ୍ରତିନିଧି ଉମାଶଙ୍କର ସାହୁ, ‘ଆମ ଓଡ଼ିଶା ଜିଲ୍ଲା ସଂଯୋଜକ ବସନ୍ତ କୁମାର ପଣ୍ଡା ମିଳିତ ଭାବେ ସଂଯୋଜନା କରିଥିଲେ। ୟାବନିକା ଏବଂ ନିଖିଲ  କୁମାର ପରିଚାଳନା କରିଥିଲେ। ‘ନିଷ୍ଟ୍‌ ଚେୟାରମ୍ୟାନ୍ ଡ.ମହାପାତ୍ର, ରେଜିଷ୍ଟ୍ରର୍ କ୍ଷୀରୋଦ ମହାପାତ୍ର ଏବଂ ଅଧ୍ୟକ୍ଷ ଡ.ପ୍ରିୟଦର୍ଶୀ ତ୍ରିପାଠୀ ଓ ମିଡ଼ିଆ ଇନଚାର୍ଜ ଡ.ପ୍ରୀତିରଞ୍ଜନ ସାହୁ ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।