ଗୋଳନ୍ଥରା : ଦକ୍ଷିଣଓଡ଼ିଶାର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ ତଥା ବ୍ରହ୍ମପୁର ଉପକଣ୍ଠ ‘ନିଷ୍ଟ୍’ କଲେଜ ପକ୍ଷରୁ ଆଜି ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ନିଷ୍ଟ୍’ ଏବଂ ଅନୁଷ୍ଠାନର ଏନ୍‌ଏସ୍‌ଏସ୍ ଶାଖା, ‘ସମ୍ବାଦ-ଆମ ଓଡ଼ିଶା’ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍ ବ୍ରହ୍ମପୁର ଶାଖାର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରେ ମୋଟ ୧୪୭ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ରକ୍ତଦାତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଡ.ପ୍ରିୟଦର୍ଶୀ ତ୍ରିପାଠୀ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ରକ୍ତଦାନ ହେଉଛି ମହତ୍ କାର୍ଯ୍ୟ। ଏଦିଗରେ ଆମ ଓଡ଼ିଶାର ପ୍ରୟାସ ପ୍ରଶଂସନୀୟ। ଆଉ ଏଭଳି ଶିବିର ଆୟୋଜନ ସମସ୍ତଙ୍କ ପାଇଁ ଆଗାମୀ ଦିନରେ ପ୍ରେରଣା ଯୋଗାଇଦେବ ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ।