ଆଜିମାବାଦ ବ୍ଲୁ-ଷ୍ଟାର କ୍ଲବ ଓ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର: ୧୩୦ ୟୁନିଟ୍‌ ସଂଗୃହୀତ

ବାଲେଶ୍ୱର : ଆନ୍ତର୍ଜାତିକ ମାନବାଧିକାର ଦିବସ ଅବସରରେ ଆଜି ବାଲେଶ୍ୱର ସହରର ଆଜିମାବାଦ ବ୍ଲୁଷ୍ଟାର କ୍ଲବ ଓ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଆଜିମାବାଦ ୟୁଜି ୟୁପି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିବିରରୁ ୧୩୦ ୟୁିଟ୍‌ ରକତ ସଂଗୃହୀତ ହୋଇଛି। କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ପୂର୍ବାଂଚଳ ପୁଲିସ ମହାନୀରିକ୍ଷକ(ଆଇଜି) ବିନୟତୋଷ ମିଶ୍ର ଉଦଘାଟନ କରିବା ସହିତ ରକ୍ତଦାନ ଭଳି ଏକ ମହତ୍‌ କାର୍ଯ୍ୟ ପ୍ରତି ଏବେ ସଚେତନତା ବଢ଼ିଛି ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ବାଲେଶ୍ୱର ଉପଜିଲ୍ଲାପାଳ ଭବତାରଣ ସାହୁ, କ୍ଲବର ଉପଦେଷ୍ଟା ତଥା ସମାଜସେବୀ ସାହିରୁଲ ହକ୍‌, ସମାଜସେବୀ ବିକ୍ରମ ପଣ୍ଡା, କାଉନସିଲର ଉମାକାନ୍ତ ଶତପଥୀ, ସନ୍ତୋଷ ଦାସ, ବାସନ୍ତୀ ନାୟକ, ସୌମେନ୍ଦ୍ର ଦାସ ଓ ବାଲେଶ୍ୱର ରକ୍ତଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କ୍ଲବର ସଭାପତି ଜ୍ୟୋତିପ୍ରକାଶ ବଳ ଓ ସମ୍ପାଦକ ଏମଡି ଅବଦୁୂଲ୍‌ ଗନିଙ୍କ ତତ୍ତ୍ୱାବଧାନ ଏହି ଶିବିର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର