କେନ୍ଦୁଝର : ସ୍ବର୍ଗତ ସିତେଶ ବାବୁଙ୍କ ସ୍ମୃତିରେ ମାଇନିଂରୋଡ ଗଣେଶ ପୂଜା କମିଟି ପକ୍ଷରୁ ଚତୁର୍ଥ ବାର୍ଷିକୀ ସିତେଶ ସ୍ମାରକୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। କେନ୍ଦୁଝରଗଡ଼ ନଗରପାଳ ନିକୁ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। କେନ୍ଦୁଝର ଏକ ଆଦିବାସୀ ବହୁ ଜିଲ୍ଲା। ସଚେତନତା ଅଭାବରୁ ଲୋକେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରୁନାହାନ୍ତି। ଅନ୍ୟପକ୍ଷରେ ଏହା ଏକ ଖଣିଖାଦାନ ଭରା ଜିଲ୍ଲା ହୋଇଥିବାରୁ ମାଲ୍‌ ପରିବହନ ପାଇଁ ହଜାର ହଜାର ଗାଡ଼ିମୋଟର ଚଳାଚଳ କରୁଛି। ସେହି ଅନୁପାତରେ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି। ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ରକ୍ତ ଆବଶ୍ୟକ ହୋଇଥାଏ। ଏହିପରି ଭାବେ ସ୍ବେଚ୍ଛାକୃତ ଶିବିର ଆୟୋଜନ କରାଯାଇ ରକ୍ତ ଆବଶ୍ୟକତାକୁ ପୂରଣ କରାଯାଇପାରିବ ବୋଲି ନିକୁ ସାହୁ କହିଥିଲେ।

Advertisment

ସମ୍ମାନିତ ଅତିଥିଭାବେ ଉପନଗରପାଳ ବରଦା ପ୍ରସନ୍ନ ଦାସ, ବିଜେପି ନେତ୍ରୀ କିରାଣବାଳା ନାୟକ, କାଉନସିଲର ଇନ୍ଦୁମତି ମିଶ୍ର, ସବିତା ପଟ୍ଟନାୟକ, କଂଗ୍ରେସ ନେତା ବସନ୍ତ ଦାସ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡ଼ା, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ରୋକି ପଟ୍ଟନାୟକ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ କମିଟିର ସଦସ୍ୟ, ସ୍ବେଚ୍ଛାସେବୀ, କଲେଜ ଛାତ୍ରଛାତ୍ରୀ ଏବଂ ଜନସାଧାରଣ ସାମିଲ ହୋଇଥିଲେ। ୧୦୬ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ଆଜିର ଶିବିରକୁ ମାଇନିଂରୋଡ ଗଣେଶ ପୂଜା କମିଟି ପକ୍ଷରୁ ବଜରଂଗୀ ଦାସ ମହାପାତ୍ର, ଆଦିତ୍ୟ ଚୌଧୁରୀ, ରଜତ ନାୟକ, ହିମାଂଶୁ ମହାନ୍ତ, ରକି ମହାନ୍ତ, ବୁଲୁ ପାତ୍ର, ଅସିତ ମହାନ୍ତି, ଦିବ୍ୟରଞ୍ଜନ ସାହୁ, ସୁବ୍ରତ ପାତ୍ର, ସଞ୍ଜୟ କୁମାର ମିଶ୍ର, ତନ୍ମୟ ପୃଷ୍ଟି, ଯଶୋବନ୍ତ ବେହେରା, ସମ୍ବିତ ପ୍ରଧାନ, ସନ୍ତୋଷ ମୁଖୀ, ଶିବାଶିଷ ରାଉତ, ତନ୍ମୟ ବେହେରା, ଶୁଭଦୀପ ଜଗଦେବ, କୌସ୍ତୁବ ସିଂ, ଆଶିଷ ପରିଡ଼ା, ପି. ମଣିକାନ୍ତ ପ୍ରମୁଖ ପରିଚାଳନା କରିଥିଲେ। କେନ୍ଦୁଝର ରକ୍ତଭଣ୍ଡାରର ଡା. ରମାକାନ୍ତ ମୁଣ୍ଡା, ପିଆର୍‌ଓ ଅକ୍ଷୟ କୁମାର ସାହୁ, ଗୌରୀଶଙ୍କର ମଲ୍ଲିକ, ତପନ କୁମାର ନାଏକ, କବିତା ସେଠୀ, ହେମରଂଜନ ମହାନ୍ତ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ‘ସମ୍ବାଦ’ କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁ, ସହର ପ୍ରତିନିଧି ସୁଧାଂଶୁ ଶେଖର ସାହୁ, ସାମ୍ବାଦିକ ପ୍ରଦୀପ ମହାନ୍ତି ଶିବିର ପରିଚାଳନା କରିଥିଲେ।

publive-image

ରକ୍ତଦାତା ଜୀବନଦାତା: ଚିନ୍ମୟ ପରିଡ଼ା, ତନ୍ମୟ ପୃଷ୍ଟି, ଶିବାଶିଷ ରାଉତ, ଆର୍ଜୁ ଦାସ, ଶିବାନନ୍ଦ ଜେନା, ଆଦିତ୍ୟ ଚୌଧୁରୀ, ବାଦଲ କୁମାର ଶତପଥୀ, ଦେବଯାନୀ ମିଶ୍ର, ପି. ମଣିକାନ୍ତ, କୌସ୍ତୁବ ମାନସିଂ, ଚିନ୍ମୟ ବାରିକ, ପଦ୍ମଲୋଚନ ମହାନ୍ତ, ସ୍ମୃତିରଂଜନ ସାହୁ, ଚନ୍ଦ୍ର କୁମାର ବାବୁ, କ୍ରଷ୍ଣା ଗୁରାଲି, ଦୀପକ କୁମାର ଦ୍ବିବେଦୀ, ସୁବାସ କୁମାର ମୁଖୀ, ଜଗନ୍ନାଥ ସାହୁ, କେପି ନାଏକ, ସୁଧାଂଶୁ ଶେଖର ଦାଶ, ଦୀପକ କୁମାର ଦାସ, ଦୀପକ କୁମାର ସାହୁ, ରାମ କୁମାର ଠାକ୍‌ରେ, ଦେବାଶିଷ ପଟ୍ଟନାୟକ, ଶାଶ୍ବତ ବାବୁ, ପଙ୍କଜ ଲୋହାର, ମୃତ୍ୟୁଞ୍ଜୟ ନାୟକ, ପୂର୍ଣ୍ଣଚନ୍ଦ୍ର ଓଝା, ସଂବିତ ପ୍ରଧାନ, ସ୍ବରୂପ ସ୍ବାଇଁ, ତ୍ରିଲୋଚନ ସାହୁ, ଖଗେଶ୍ବର ମଣ୍ଡଳ, ଦିଲ୍ଲୀପ ଚାନ୍ଦଗୋଟିଆ, ରାଧା ଚାନ୍ଦଗୋଟିଆ, ଦେବାଶିଷ ନାଥ, ବିଜୟ କୁମାର ଭଞ୍ଜଦେଓ, ଜ୍ୟୋତ୍ସ୍ନାରାଣୀ ନାଏକ, ଦେବାଶିଷ ରାଉତ, ହିମାଂଶୁ ନାଗ, ଦୀନବନ୍ଧୁ ବାବୁ, ଜ୍ୟୋତିରଂଜନ ସ୍ବାଇଁ, ରାକେଶ କୁମାର ପ୍ରଧାନ, ରାହୁଲ ଜେନା, ଅନିଲ କୁମାର ସାହୁ, ସୀମା ଅଗ୍ରୱାଲ, ହିମାଂଶୁ ମହାନ୍ତ, ବେବିନା ଦାସ, ସୁଧା ଅଗ୍ରୱାଲ, ସନ୍ତୋଷ କୁମାର ପାତ୍ର, ଲକ୍ଷ୍ମଣ ମହାନ୍ତ, ଶାଶ୍ବତ ପିରୋଜିୱାଲା, ଆଶୁତୋଷ ସେଠୀ, ଆଶିଷ ପରିଡ଼ା, କ୍ରିଷ୍ଣାକାନ୍ତ ସ୍ବାଇଁ, ଅଜୁ ନାୟକ, ଜିତେନ୍ଦ୍ର କୁମାର ଜେନ‌ା, ସୁଶୀଲ କୁମାର ହାଁସଦା, ଦିବାକର ମହାନ୍ତ, ସିଦ୍ଧାର୍ଥ ନନ୍ଦ, ରଂଜନ ସୋରେନ, ମନୋଜ କୁମାର ମହାନ୍ତ, ନିହାର ରଂଜନ ପଣ୍ଡା, ଅସିତ ମହାନ୍ତି, ଶୁଭମ ବେହେରା, ଜଗନ୍ନାଥ ମହାନ୍ତ, ରାଧେଶ୍ୟାମ ଦେହୁରୀ, ବଜରଙ୍ଗୀ ଦା‌ସ ମହାପାତ୍ର, ଶାଶ୍ବତ କୁମାର କବି, ଧନଞ୍ଜୟ ମହାନ୍ତ, ବିକାଶ କୁମାର ମହାନ୍ତ, ବିଶ୍ବଜିତ ସାହୁ, ରଂଜନ କୁମାର ଦାସ, ପ୍ରୀତିରଂଜନ ରାୟ, ସୁବ୍ରଜିତ ବେହେରା, ଜ୍ଞାନରଂଜନ ବେହେରା, ତାପସ ବେହେରା, ବିଜୟ ସରଗରିଆ, ମୌସୁମୀ ପଣ୍ଡା, ରାଘବେଶ୍ବର ଦାଶ, ସଂଜୟ କୁମାର ମିଶ୍ର, ଶୁଭଦୀପ ଜଗଦେବ, ଅଭିଷେକ ପାତ୍ର, ରାଜେଶ ସାହୁ, ଗୌରବ କୁମାର ସାହୁ, ତ୍ରିଦୀପ ପଟ୍ଟନାୟକ, ବିଶ୍ବନାଥ ମହାନ୍ତ, ବାସୁଦେବ ପୋଥାଳ, ମାନସ କୁମାର, ରଜତ ନାୟକ, ଦୀପକ ବିଶ୍ବାଳ, ଆଶିଷ କୁମାର ଥମ୍ବ, ରମାକାନ୍ତ ଜୁଆଙ୍ଗ, ଦେବାଶିଷ ରାଉତରାୟ, ଅସିତ କୁମାର ରଥ, ସୁବ୍ରତ କୁମାର ନାୟକ, ମନୋଜ କୁମାର ବେ‌ହେରା, ସୁମିତା ପଟ୍ଟନାୟକ, ପ୍ରେମ ପରିଡ଼ା, ମୌସୁମୀ ବେହେରା, ଅଭିଷେକ ପ୍ରଧାନ, ଶିବାଙ୍ଗୀ ପ୍ରଧାନ, ଆୟୁଷ୍ମାନ ପ୍ରଧାନ, ଅଭିଜିତ ପ୍ରଧାନ, ରୋହିତ ସିହ୍ନା, ଚିନ୍ମୟ କୁମାର ସାହୁ, ଅଞ୍ଜନା ବ‌େହେରା।