ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଜରାସିଂହା ଗ୍ରାମସଭା ଓ ‘ସମ୍ବାଦ-ଆମଓଡ଼ିଶା’ ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଶିମିଳିସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ମୋଟ୍ ୧୦୬ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଅନୁଗୁଳ ଉପଜିଲ୍ଲାପାଳ ସରୋଜକାନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରରେ ଦୀପ ପ୍ରଜ୍ଜଳନ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ଅତିଥି ଭାବେ ଜରାସିଂହା ସରପଞ୍ଚ ମିଲାପ କୁମାର ପ୍ରଧାନ, ଯୋଗାଚାର୍ଯ୍ୟ ଅଭୟ ରାୟ, ବରିଷ୍ଠ ରକ୍ତାଦାତା ସୁବୋଧ ମିଶ୍ର ପ୍ରମୁଖ ଶିବିରରେ ଉପସ୍ଥିତ ଥିଲେ। ଜରାସିଂହା ଗ୍ରାମ୍ୟ କମିଟି ସଭାପତି ସୁଶାନ୍ତ କୁମାର ନାୟକ, ସମ୍ପାଦକ ସତ୍ୟବ୍ରତ ପରିଡ଼ା, କୋଷାଧ୍ୟକ୍ଷ ବିଞ୍ଜନ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା।
ଜରାସିଂହାରୁ ୧୦୬ୟୁନିଟ୍ ରକ୍ତସଂଗ୍ରହ
/sambad/media/post_attachments/wp-content/uploads/2017/11/blood-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)