‘ସମ୍ବାଦ- ଆମ ଓଡ଼ିଶା’ର ମେଗା ରକ୍ତଦାନ ଶିବିର, ବଲାଙ୍ଗୀରରେ ୨୨୨ ୟୁନିଟ ରକ୍ତ ସଂଗୃହୀତ

ବଲାଙ୍ଗୀର : ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ମେଗା ରକ୍ତଦାନ ଶିବିରରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଅନୁଷ୍ଠିତ ଶିବିରରେ ମୋଟ ୨୨୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଅଗଷ୍ଟ ୧୮ ଯୁବ ସ୍ୱାଭିମାନ ଦିବସ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଲଳିତ ନାୟକ ସ୍ମାରକୀରେ ହୋଇଥିବା ରକ୍ତଦାନ ଶିବିରରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ, ପୂର୍ବରୁ ବି ସେ ‘ସମ୍ବାଦ’ ପକ୍ଷରୁ ହେଉଥିବା ଏଭଳି ଅଭିଯାନରେ ସାମିଲ ହୋଇସାରିଛନ୍ତି। ବିଭିନ୍ନ ସ୍ଥାନରେ ଯୁବ ସ୍ୱାଭିମାନ ଦିବସରେ ଏହା ଆୟୋଜିତ ହୋଇଆସୁଛି। ଏଭଳି ଏକ ଅଭିଯାନ ନିହାତି ପ୍ରଶଂସନୀୟ ବୋଲି କହିଥିଲେ। ଉପଜିଲ୍ଲାପାଳ ଶ୍ରୀ ଧରୁଆ ବକ୍ତବ୍ୟରେ କହିଥିଲେ, ପୂର୍ବରୁ ସେ ଆମ ଓଡ଼ିଶା ପକ୍ଷରୁ ହେଉଥିବା ରକ୍ତଦାନ ଅଭିଯାନରେ ସାମିଲ ହୋଇ ରକ୍ତଦାନ କରିଥିଲେ। ଏଭଳି ଶିବିର ଆୟୋଜନ ଦ୍ୱାରା ବହୁମୂଲ୍ୟ ଜୀବନ ବଂଚାଯାଇ ପାରୁଛି ବୋଲି ସେ କହିଥିଲେ।

ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ହରିନାରାୟଣ ପୂଜାରୀ, ସାଇଟ କଲେଜ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର, ପି.କେ. ଏସୋସିଏଟ ଉପଦେଷ୍ଟା ରତନ ମହାରଣା, ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘ ସଭାପତି ଦୀପକ ନାୟକ, ବିଭିନ୍ନ ସଂଗଠନର ନେତୃବୃନ୍ଦ ପବିତ୍ର ଖୁଣ୍ଟିଆ, ପ୍ରତାପ ରଥ, ଶମ୍ଭୁ ନାଗ, ହେମନ୍ତ ବେହେରା ପ୍ରମୁଖ ଅତିଥି ଦ୍ୱୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ଏହାସହ ସ୍ୱର୍ଗତ ଲଳିତ ନାୟକଙ୍କ ସ୍ମୃତିଚାରଣ କରି ଶିବିରକୁ ଶୁଭାରମ୍ଭ କରାଯାଇଥିଲା। ଶିବିରରେ ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘ, ପି.କେ. ଏସୋସିଏଟ, ପୂର୍ବତନ ସୈନିକ ସଂଘ, ଏକ୍ସନ କମିଟି, ୟୁଥ ଏକ୍ସନ କମିଟି, ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ, ବିଙ୍ଗ ହ୍ୟୁମାନ, ମାହେଶ୍ୱରୀ, ସ୍ମାଇଲ ଫର୍‌ ଅଲ୍‌, କ୍ରେଜି କ୍ରିକେଟ କ୍ଲବ୍‌, ବଲାଙ୍ଗୀର ହୋମଗାର୍ଡ, ଓଡ଼ିଶା ମଟର ଚାଳକ ସଂଘ, କେବିକେ ଆଇଟିଆଇ, ସରକାରୀ ଆଇଟିଆଇ, ସେଞ୍ଚୁରିୟନ ୟୁନିଭରସିଟି(ଜେଆଇଟିଏମ୍‌), ସୁଶ୍ରୀ ନର୍ସିଂ କଲେଜ, ସାଇଟ କଲେଜ, ରୁଗୁଡ଼ିପଡ଼ା ଦୁର୍ଗାପୂଜା ଟ୍ରଷ୍ଟ, ବିଜେପି ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା, କେଶରୀୟା ହିନ୍ଦୁ ବାହିନୀ, ୟଙ୍ଗଷ୍ଟାର କ୍ରିକେଟ କ୍ଲବ, ଜିଲ୍ଲା କରାଟେ ଏସୋସିଏସନ, ବଲାଙ୍ଗୀର କରାଟେ ଏସୋସିଏସନ, ଶାରୀରିକ ଶିକ୍ଷା ସଂଘ, ନାୟକ କ୍ରିକେଟ ଏକାଡେମି, ନଟରାଜ କଳା ପରିଷଦ, କଳାକାର ସଂଘ, ନାରୀ ଶକ୍ତି ଫାଉଣ୍ଡେସନ, ବଲାଙ୍ଗୀର ରାଜମିସ୍ତ୍ରି ନିର୍ମାଣ ଶ୍ରମିକ ସଂଘ ପ୍ରମୁଖ ସଂଗଠନ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସକ୍ରିୟ ଭାବରେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ।

ବିଭିନ୍ନ ସଂଗଠନର ନେତୃତ୍ୱ ନେଉଥିବା ବରିଷ୍ଠ ଓ ଯୁବ ନେତୃବୃନ୍ଦ- ଏକ୍ସନ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀ, ପୂର୍ବତନ ବିଡିସିସି ବ୍ୟାଙ୍କ ସଭାପତି ଲକ୍ଷ୍ମଣ ମେହେର, ଯୁବ ସଂଗଠକ ଲୋଟସ ଷଡ଼ଙ୍ଗୀ, ଦୀନେଶ ଶର୍ମା, ବିନୋଦ କାଲସାଏ, ଅସୀମ ଭୋଇ, ହୃଦୟ ଶବର, ରବି ଖମାରୀ, ଚେତନାନନ୍ଦ ପଣ୍ଡା, ଅସୀମ ପଟ୍ଟନାୟକ, ସମ୍ବିତ ପଣ୍ଡା, ପ୍ରମୋଦ ଛତ୍ରିଆ, ଆଲୋକ ପଣ୍ଡା, ସୁମନ୍ତ ଭୋଇ, କିଶୋର ମିଶ୍ର, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା, ମନୋରଞ୍ଜନ ଯୋଷୀ, ଅଙ୍କୁଶ ପାଣ୍ଡିଆ, ବିବେକାନନ୍ଦ ପଟେଲ, ନୂତନ ଦାସ, ସରିତା ଦାସ, ସୁରୁଲାଲ ମଟାରୀ, ରାମ ଦାସ, ପ୍ରଶାନ୍ତ ମହାକୁର, ବିଭୁପ୍ରସାଦ ଦୋରା, ସଂଗ୍ରାମ ବହିଦାର, ଶିବ ଦ୍ୱିବେଦୀ, ଅମିତ ମଛଖଣ୍ଡ, ସଂଜୀବ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ସକ୍ରିୟ ସହାୟତା କରିଥିଲେ। ଶିବିରକୁ ‘ସମ୍ବାଦ’ର ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ବିଶ୍ୱଜିତ ଦାଶ, ସୌରଭ ତ୍ରିପାଠୀ, ଅରୁଣ ମେର୍ଲି, ବାରଣ ଭୂୟାଁ ପରିଚାଳନା କରିଥିଲେ। ବ୍ଲଡ୍‌ବ୍ୟାଙ୍କ ଅଧିକାରୀ ଡ. ଆରଭୀ ପଣ୍ଡା, ଡ. ଭାରତ ଭୂଷଣ ଜେନା, ଟେକ୍‌ନିସିଆନ ନରେଶ ଚନ୍ଦ୍ର ମିଶ୍ର, ରିପୁରାଜ ମେହେର, କାଉନସେଲର ଶେଖ ଅବଦୁଲ ଅସରଫ, ନମିତା ମେହେର, କେଶବ ଷାଣ୍ଢ, ସୁଶୀଲ ସୁନା ପ୍ରମୁଖ ରକ୍ତ ସଂଗ୍ରହରେ ସହାୟତା କରିଥିଲେ।


ଦେଖିବାକୁ ମିଳିଲା ଉତ୍ସାହ
ଶିକ୍ଷକଙ୍କଠୁ ନେଇ ଛାତ୍ରଛାତ୍ରୀ। ଶ୍ରମିକ, କଳାକାରଙ୍କଠାରୁ ନେଇ କ୍ରୀଡ଼ାବିତ୍‌, ପୂର୍ବତନ ସୈନିକ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସଭିଏଁ ରକ୍ତଦାନ କରିଥିଲେ। ଏପରିକି ସ୍ୱାମୀ-ସ୍ତ୍ରୀ, ଭାଇଭାଇ ମିଳିମିଶି କରିଥିଲେ ରକ୍ତଦାନ। ପୁଅ ରକ୍ତ ଦେବା ସମୟରେ ବାପା କରୁଥିଲେ ଉତ୍ସାହିତ ତ ସ୍ତ୍ରୀ ରକ୍ତଦାନ କରିବା ସମୟରେ ସ୍ୱାମୀ ପାଖରେ ରହି କରିଥିଲେ ଉତ୍ସାହିତ। ବଲାଙ୍ଗୀର ସହର ଓ ଜିଲ୍ଲାର ବିଭିନ୍ନ ସଂଗଠନ ଏକାଧାରରେ ଏକଜୁଟ ହୋଇ ‘ସମ୍ବାଦ- ଆମ ଓଡ଼ିଶା’ ଆନୁକୂଲ୍ୟରେ ହୋଇଥିବା ମେଗା ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ। ସହର ଓ ଆଖପାଖ ଗାଁରୁ ଯୁବକମାନେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। କ୍ରେଜି କ୍ରିକେଟର ଦଳ ହୁଅନ୍ତୁ କି କରାଟେ ସ୍କୁଲର ଛାତ୍ରଛାତ୍ରୀ, ସମସ୍ତେ ଉତ୍ସାହର ସହ ରକ୍ତଦାନ କରିଥିଲେ। ଅପରାହ୍ଣ ୨ଟା ଯାଏ ୧୫୦ ୟୁନିଟରୁ ଅଧିକ ରକ୍ତ ସଂଗୃହୀତ ହୋଇଥିବା ବେଳେ ପରେ ୪ଟା ୩୦ ଯାଏ ଶିବିରରେ ମୋଟ ୨୨୨ ଜଣ ରକ୍ତଦାନ କରିଥିଲେ।

ସମ୍ବନ୍ଧିତ ଖବର