ସ୍ମାଇଲ ଫର୍‌ ଅଲ୍‌, ଲଳିତ ନାୟକ କର୍ମଚାରୀ ସଂଘ ଓ ‘ସମ୍ବାଦ- ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଶିବିର

‘ସେବା ମନୋଭାବ ସମାଜକୁ ନୂଆ ଦିଗ ଦେଖାଇବ’

ବଲାଙ୍ଗୀର : କରୋନା ମହାମାରୀ ସମୟରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଆଗେଇ ଆସି ସହାୟତା କରୁଛନ୍ତି। ମହାମାରୀକୁ ଭୟ ନକରି ସ୍ୱେଚ୍ଛାସେବୀଙ୍କ ସେବା ମନୋଭାବ ନିହାତି ପ୍ରଶଂସନୀୟ। ଏହି ସବୁ କାର୍ଯ୍ୟ ଆଗାମୀ ଦିନରେ ସମାଜକୁ ଏକ ନୂଆ ଦିଗ ଦେଖାଇବ ବୋଲି ସ୍ମାଇଲ୍‌ ଫର୍‌ ଅଲ୍‌, ଲଳିତ ନାୟକ କର୍ମଚାରୀ ମହାସଂଘ ଓ ‘ସମ୍ବାଦ- ଆମଓଡ଼ିଶା’ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି।

ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନା ରକ୍ତଭଣ୍ଡାରଠାରେ ଆୟୋଜିତ ଶିବିରରେ ମୋଟ ୩୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବଲାଙ୍ଗୀର ଏସ୍‌ବିଆଇର ଆଞ୍ଚଳିକ ପ୍ରବନ୍ଧକ ଶରତ ଚନ୍ଦ୍ର ସାହୁ, ଏସ୍‌ବିଆଇର ମୁଖ୍ୟ ଶାଖା ପରିଚାଳକ ସତ୍ୟନାରୟଣ ମାଝୀ, ବଲାଙ୍ଗୀର ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘର ସାଧାରଣ ସଂପାଦକ ପ୍ରଭାକର ମିଶ୍ର, ଉପସଭାପତି ରତନ ମହାରଣା, ରେଡ୍‌କ୍ରସର ପୃଷ୍ଠପୋଷକ ତଥା ଉପାଧ୍ୟକ୍ଷ ବିଷ୍ଣୁପ୍ରସାଦ କେଡିଆ ରକ୍ତଦାନ ଶିବିର ଶୁଭାରମ୍ଭ କରିଥିଲେ। ସ୍ମାଇଲ୍‌ ଫର୍‌ ଅଲ୍‌ ସଭାପତି ସତ୍ୟବ୍ରତ ସାହାଣୀ, ସାଧାରଣ ସଂପାଦକ ସଂଜୀବ ସାହୁ, ରବି ଚାନ୍ଦ, କୋଷାଧ୍ୟକ୍ଷ ସୁଜିତ ଚନ୍ଦନ, ସୁଦର୍ଶନ ବାଗ, ଉପଦେଷ୍ଟା ଅମୂଲ୍ୟ ସେଠ, ଶିବୁ ବଗର୍ତ୍ତି, ବିକାଶ ବିଶ୍ୱାଲ, ରାମଚନ୍ଦ୍ର ବଗର୍ତ୍ତି, ରବୀନ୍ଦ୍ର ଜାଲ, ଶିବ ବହିଦାର, ପ୍ରଭାସ ମିଶ୍ର, ମିକି ନାୟକ, ପ୍ରଶାନ୍ତ ବିଶି, ଶିବ ବହିଦାର, ସୌଭାଗ୍ୟ ବେହେରା, ସଂଜୁ ନାୟକ, ସୌଦାମିନୀ ମିଶ୍ର, ରେଡ୍‌କ୍ରସ ସ୍ବେଚ୍ଛାସେବୀ ରାମ ନାରାୟଣ ଦାସ, ରବିଚନ୍ଦ୍ର ପଶାୟତ, ‘ସମ୍ବାଦ’ର ବିଶ୍ୱଜିତ ଦାଶ, ବାରଣ ଭୂୟାଁ, ସୌରଭ ତ୍ରିପାଠୀ, ଅରୁଣ ମେର୍ଲି ଶିବିର ପରିଚାଳନା କରିଥିଲେ। ରକ୍ତଭଣ୍ଡାରର ନରେଶ ଚନ୍ଦ୍ର ମିଶ୍ର, ଜ୍ୟୋତିର୍ମୟୀ ନାଏକ, ଦୁର୍ଗାପ୍ରସାଦ ଆଚାର୍ଯ୍ୟ, କେଶବ ଷାଣ୍ଢ, ରିପୁରାଜ ମେହେର, ଅଶୋକ ଧଳ, ନିରୂପମା ଜାଲ, ଶେଖ ଅସରଫ ଅଲ୍ଲୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।

ରକ୍ତଦାତା ଜୀବନଦାତା
ଅନିଲ ଭୋଇ, ଜ୍ୟୋତିର୍ମୟ ପଣ୍ଡା, ସ୍ୱାଧୀନ ମେହେର, ରଞ୍ଜନ ଥନାପତି, ଅରୁଣ ମେର୍ଲି, ହେମନ୍ତ ଭୋଇ, ଲମ୍ବୋଦର କୁମ୍ଭାର, କୃଷ୍ଣ ପୁରୋହିତ, ଆଶୁତୋଷ ରାଉତ, ମଣ୍ଟୁ ସାହୁ, ପଞ୍ଚା ମେହେର, ଦେବ ଶିକା, ରଞ୍ଜିତ ବେହେରା, ରାମୁଲ ଦେହେରୀ, ଲକି ଛତ୍ରୀଆ, ପିଣ୍ଟୁ ଦେହେରୀ, ରାହୁଲ କୁମ୍ଭାର, ପ୍ରଶାନ୍ତ ସାହୁ, ସୁଶାନ୍ତ ପଧାନ, ଅଶ୍ୱିନୀ ରାଉତ, ସୁଶାନ୍ତ ପଧାନ, ସୁରେଶ ନାଏକ, ଶାଶ୍ବତୀ ଦଣ୍ଡସେନା, ନାରାୟଣ ବିଶ୍ୱାଲ, ସୁନୀଲ ପ୍ରଧାନ, ରତନ ମହାରଣା, ରାହୁଲ ବନଛୋର, ସତ୍ୟନାରାୟଣ ମେହେର, ସନ୍ଦୀପ ଅଗ୍ରୱାଲ, ଦିଗାମ୍ବର ପାତ୍ର, ଜିତେଶ ସେଠ ପ୍ରମୁଖ ୩୧ ଜଣ ରକ୍ତଦାନ କରିଥିଲେ।

ସମ୍ବନ୍ଧିତ ଖବର