ଆହ୍ଵାନ ପକ୍ଷରୁ ରକ୍ତଦାନ ଶିବିର, ୧୨୩ ୟୁନିଟ୍‌ ସଂଗୃହୀତ

ଜଳେଶ୍ୱର : ଜଳେଶ୍ୱର ବ୍ଳକ ଝାଡ଼ପିପଳ ପଞ୍ଚାୟତ ବାଇଗଣବାଡ଼ିଆ ଉପ୍ରା ସ୍କୁଲରେ ସ୍ୱେଚ୍ଛାସେବୀ ସଂଗଠନ ‘ଆହ୍ଵାନ’ ପକ୍ଷରୁ ‘ସମ୍ବାଦ ଓ ଆମ ଓଡ଼ିଶା ’ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଠାରେ ୧୨୩ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ପ୍ରଧାନ ଓ ଶିକ୍ଷକ ଦିବାକର ବାରିକ ମିଳିତ ଭାବେ ଶିବିରକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅନୁପମା ପ୍ରଧାନ, ବାଲେଶ୍ୱର ରକ୍ତଭଣ୍ଡାର ଅଧିକାରୀ ଓମ୍‌କାର ମହାପାତ୍ର, ପ୍ରବୀର କୁମାର ପ୍ରଧାନ, ବଂଶୀଧର ପ୍ରଧାନ, ରାଜୀବ ଗିରି ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଆହ୍ଵାନର ସଭାପତି ବ୍ରଜକିଶୋର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର