ଭେଲୋରାରେ ୟଙ୍ଗ୍‌ଷ୍ଟାର କ୍ଲବ୍‌ ପକ୍ଷରୁ ରକ୍ତଦାନ ଶିବିର, ୧୬୨ ୟୁନିଟ୍‌ ସଂଗୃହୀତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଭେଲୋରା ପଂଚାୟତର ୟଙ୍ଗଷ୍ଟାର କ୍ଲବ୍‌ ଓ ସମ୍ବାଦ-ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କ୍ଲବ୍‌ ସଭାପତି ଇଂ. ଗୌରୀଶଂକର ଜେନା, ସଂପାଦକ ତ୍ରିଲୋଚନ ପ୍ରଧାନ, ବରିଷ୍ଠ ସଦସ୍ୟ ତାପସ ମହାନ୍ତି ଓ ବସନ୍ତ ଭଦ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରୁ ୧୬୨ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ମୁଖ୍ୟଅତିଥି ଭାବେ ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ, ସମ୍ମାନିତ ଅତିଥି ଏଏନଏମ୍‌ ରିତାଞ୍ଜଳି ଦାସ, ରାଜସ୍ୱ ନିରୀକ୍ଷକ ଦୀନବନ୍ଧୁ କିସ୍କୁ, ସମାଜସେବୀ ସଂଜୀବ କୁମାର ସାହୁ ଓ ସନାତନ ପ୍ରଧାନ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର