ବାଲେଶ୍ବର/ଚାନ୍ଦିପୁର: ସଦର ବ୍ଲକ୍ ଚାନ୍ଦିପୁରସ୍ଥିତ ପିଏକ୍ସଇର ୧୨୮ତମ ପ୍ରତିଷ୍ଠା ଦିବସରେ ଗୁରୁବାର ଦିନ ଏକ ରକ୍ତଦାନ ଶିବିର ପିଏକ୍ସଇ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ପିଏକ୍ସଇ ହସ୍ପିଟାଲ୍ରେ ଅନୁଷ୍ଠିତ ହୋଇଯାଇଛି। ପିଏକ୍ସଇ ନିର୍ଦେଶକ ତଥା ବୈଜ୍ଞାନିକ ଡିକେ ଯୋଶୀ ଶିବିରକୁ ଉଦ୍ଘାଟନ କରି ପ୍ରଥମେ ରକ୍ତଦାନ କରିଥିଲେ। ରକ୍ତଦାନ ଯୋଗୁ ରକ୍ତ ଦାତା ସୁସ୍ଥ ଓ ନିରୋଗ ଜୀବନ ଜିଇଥାଏ ଏବଂ ସେହି ରକ୍ତ ଦରକାର ସମୟରେ କାହାର ନା କାହାର ଜୀବନ ରକ୍ଷା କରିବାରେ ସହାୟକ ହୋଇଥାଏ ବୋଲି ଶ୍ରୀ ଯୋଶୀ ମତବ୍ୟକ୍ତ କରିଥିଲେ।
ଅନ୍ୟତମ ଅତିଥି ଭାବେ ପ୍ରତିଷ୍ଠା ଦିବସର ଅଧ୍ୟକ୍ଷ ଡକ୍ଟର ଅର୍କଦେବ ବାନାର୍ଜୀ, କର୍ଣ୍ଣେଲ ସୁମନ ଦତ୍ତ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଜି ବାରିକ, ମେଜର ଡାକ୍ତର ଅବିନାଶ ଦତ୍ତ, ହାବିଲଦାର ଭରତ ରାଜ ଏମ, ବାଲେଶ୍ବର ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ଷ୍ଟାଫ୍ ଅଫିସର ସୁଶାନ୍ତ ଜେନା, ଟେକ୍ନିକାଲ୍ ଅଫିସର ସୁଦୀପ କୁମାର ରାଉତ ଓ ଟେକ୍ନିକାଲ୍ ଅଫିସର ରବିନାରାୟଣ ସାହୁ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରୁ ୧୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଡା. ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ୍ ଦେବାଶିଷ ଦତ୍ତ, ବସନ୍ତ କୁମାର ଜେନା, ଜଗନ୍ନାଥ ପଣ୍ଡା, ସବନମ ଦାସ, ସହଯୋଗୀ ବିନୋଦବିହାରୀ ଦାସ ଓ ବିଦ୍ୟାଧର ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।
ଜିତେନ୍ଦ୍ର କୁମାର, ଅଭ୍ୟୁଦୟ ଦାସ, ରବିନାରାୟଣ ମିଶ୍ର, ଗୌତମ ମଲ୍ଲିକ, ଶିବନାରାୟଣ ଗିରି, ରଞ୍ଜନ କୁମାର ବାରିକ, ତାପସ ପାଲ, ଚିରଞ୍ଜୀବ ମହାନ୍ତି, ଆଶିଷ ପାତ୍ର, ଏସ୍କେ ସ୍ୱାଇଁ, ଆଶିଷ ପାତ୍ର ଶିବିରକୁ ପରିଚାଳନା କରିଥିଲେ। ‘ସମ୍ବାଦ’ ଚାନ୍ଦିପୁର ପ୍ରତିନିଧି ବିବେକାନନ୍ଦ ଦାସ ଓ ‘ଆମ ଓଡ଼ିଶା’ର ସହଯୋଗୀ ଲକ୍ଷ୍ମୀଧର ବାରିକ୍ଙ୍କ ସମେତ ଗ୍ରୁପ୍ ଏମ୍ପ୍ଲୋଇଜ୍ ୟୁନିଅନ୍ ଓ ୱାର୍କର୍ସ କମିଟି ସଦସ୍ୟମାନେ ସହଯୋଗ କରିଥିଲେ। ଏହି ଶିବିରରେ ସିଭିଲିଆନ୍ ଓ ପ୍ରତିରକ୍ଷା କର୍ମଚାରୀମାନେ ରକ୍ତଦାନ କରିଥିଲେ। ଏହି ଅବସରରେ ୫ ଜଣ ରକ୍ତଦାତା ଅଙ୍ଗଦାନ ଓ ୮ ଜଣ ରକ୍ତଦାତା ଚକ୍ଷୁଦାନ ପାଇଁ ସେମାନଙ୍କ ଫର୍ମ ପୂରଣ କରିଥିବା ଜଣାପଡ଼ିଛି।