ଭରତପୁରରେ ଆମ ଓଡ଼ିଶାର ମେଗା ରକ୍ତଦାନ ଶିବିର : ୧୪୯ ୟୁନିଟ୍‌ ରକ୍ତ ସଂଗ୍ରହ

ସାଉଥବଲଣ୍ଡା : ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନସାଥୀ ଫାଉଣ୍ଡେସନ୍‌ ସହଯୋଗରେ ‘ଆମ ଓଡ଼ିିଶା’ ପକ୍ଷରୁ ଆଜି ଏକ ମେଗା ରକ୍ତଦାନ ଶିବିର ଏମ୍‌ସିଏଲ୍‌ ଭରତପୁରସ୍ଥିତ ରବୀନ୍ଦ୍ର ଭାରତୀ କ୍ଲବ୍‌ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ୧୪୯ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି । ଏମ୍‌ସିଏଲ୍‌ କେନ୍ଦ୍ରୀୟ ଚିକିତ୍ସାଳୟର ଡାକ୍ତର ସି.ଆର୍‌.ନାୟକ ଶିବିରକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସାଉଥବଲଣ୍ଡା ‘ସମ୍ବାଦ ସାହିତ୍ୟ ଘର’ ସଭାପତି ବିଭୂତି ଭୂଷଣ ସାହୁ ଓ ଜୀବନସାଥୀ ଫାଉଣ୍ଡେସନ୍‌ର ସଭାପତି ଯୋଗେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଗୁଳ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା। ଜୀବନସାଥୀ ଫାଉଣ୍ଡେସନ୍‌ର ଉପ ସଭାପତି ସିଦ୍ଧାର୍ଥ ଶଙ୍କର ସାହୁ, ସମ୍ପାଦକ ସାଗର ସାହୁ ଓ ଅନ୍ୟ କର୍ମକର୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର