ବ୍ଲୁ-ଷ୍ଟାର କ୍ଲବର ଷଷ୍ଠବାର୍ଷିକ ରକ୍ତଦାନ ଶିବିର: ୧୦୧ ୟୁନିଟ୍‌ ରକ୍ତ ସଂଗୃହୀତ

ବାଲେଶ୍ବର : ବାଲେଶ୍ବର ସହର ଆଜିମାବାଦ ୟୁପି ସ୍କୁଲ ପରିସରରେ ଆଜି ବାଲେଶ୍ବର ଅଗ୍ରଣୀ ଅନୁଷ୍ଠାନ ବ୍ଲୁ-ଷ୍ଟାର କ୍ଲବ୍‌ ପକ୍ଷରୁ ଷଷ୍ଠ ବାର୍ଷିକ ମେଗା ରକ୍ତଦାନ ଶିବିର ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଲେଶ୍ବର ଏସ୍‌ପି ବି ଯୁଗଳକିଶୋର ଓ ଉପଜଲ୍ଲାପାଳ ନୀଲୁ ମହାପାତ୍ର ଯୋଗଦେଇ ମିଳିତଭାବେ ଶିବିରକୁ ଉଦ୍‌ଘାଟନ କରି କ୍ଲବ୍‌ର ଏଭଳି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବେ ବାଲେଶ୍ବର ରକ୍ତଭଣ୍ଡାର ଅଧିକାରୀ ଡା. ମହେଶ କୁମାର ବିଶ୍ବାଳ, ଡା. ବସନ୍ତ କୁମାର ଉପାଧ୍ୟାୟ, ଟାଉନ୍‌ ଥାନା ଅଧିକାରୀ ସରୋଜିନୀ ନାୟକ, ଟ୍ରାଫିକ ଥାନା ଅଧିକାରୀ ପ୍ରଶାନ୍ତ କୁମାର ରଣସିଂହ, କାଉନ୍‌ସିଲର ଉପେନ୍ଦ୍ର ଶତପଥୀ, ହୁସେନ ଚାଚା, ରାଜେନ୍ଦ୍ର ମହାପାତ୍ର ଓ କ୍ଲବର ଉପଦେଷ୍ଟା ତଥା ସମାଜସେବୀ ଏମ୍‌ଡି ସାହିରୁଲ ହକ୍ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କ୍ଲବର ସଭାପତି ଜ୍ୟୋତିପ୍ରକାଶ ବଳ, ସମ୍ପାଦକ ଏମ୍‌ଡି ଅବଦୁଲ ଗନିଙ୍କ ତତ୍ତ୍ବାବଧାନରେ ଏହି ଶିବିରରୁ ୧୦୧ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା।

ସମ୍ବନ୍ଧିତ ଖବର