ବୁଗୁଡ଼ାରେ ମେଗା ଶିବିର, ୪୦୧ ୟୁନିଟ୍ ରକ୍ତ ସଂଗ୍ରହ

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଆମ ପୁଲିସ ସମିତି ଓ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ଉଦ୍ୟମରେ ଆଜି ଏକ ମେଗା ରକ୍ତଦାନ ଶିବିର ବୁଗୁଡ଼ା ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୪୧୦ ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଛନ୍ତି।

ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଶିବିରକୁ ଉଦ୍‌ଘାଟନ କରି ରକ୍ତଦାନ ମାଧ୍ୟମରେ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ବଢିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଏସ୍‌.ପି.ବ୍ରିଜେଶ କୁମାର ରାଏ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ବୁଗୁଡ଼ା ତହସିଲଦାର ସଂଗ୍ରାମୀ କେଶରୀ ଜେନା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବୁଗୁଡ଼ା ଥାନାଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଶିବିରରେ ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ପୋଲସରା ଥାନାଧିକାରୀ ଜିତେନ୍ଦ୍ର ମଲ୍ଲିକ, ଜଗନ୍ନାଥପ୍ରସାଦ ଥାନାଧିକାରୀ ଦିଲ୍ଲୀପ ସ୍ୱାଇଁ, ଗାଙ୍ଗପୁର ଥାନାଧିକାରୀ ଧୀରେଶ ଦାଶ ଓ ତାରସିଂ ଥାନାଧିକାରୀ ସବ୍ୟସାଚୀ ମଲ୍ଲ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ବରୀ ଖଟାଇ ଉପସ୍ଥିତ ଥିଲେ। ‘ସମ୍ବାଦ’ ପ୍ରତିନିଧି ଅନୀଲ ପଟ୍ଟନାୟକ ଶିବିର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର