ଚୌଦ୍ୱାରରେ ୧୦୫ ୟୁନିଟ୍‌ ରକ୍ତ ସଂଗ୍ରହ

ଚୌଦ୍ୱାର-ଗୁରୁଡିଝାଟିଆ : କଟକ ଜିଲ୍ଲା ଚୌଦ୍ୱାରର କପାଳେଶ୍ୱର ୟୁଥ୍‌ କ୍ଲବଠାରେ ‘ସମ୍ବାଦ-ଆମଓଡିଶା’ ଓ କପାଳେଶ୍ୱର ୟୁଥ୍‌ କ୍ଲବର ମିଳିତ ଆନୁକୂଲ୍ୟରେ ଆଜି ରକ୍ତଦାନ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି । ସ୍ଥାନୀୟ କାଉନସିଲର ତଥା କ୍ଲବ ଉପଦେଷ୍ଟା କରୁଣାକର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ରକ୍ତଦାନ ଶିବିରକୁ ଚୌଦ୍ୱାର ଥାନା ଅଧିକାରୀ ରଶ୍ମି ରଂଜନ ମହାପାତ୍ର ଉଦ୍‌ଘାଟନ କରିଥିଲେ। ଏହି ରକ୍ତଦାନ ଶିବିରରେ ‘ସମ୍ବାଦ’ ଗ୍ରୁପ୍‌ ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ତନୟା ପଟ୍ଟନାୟକ ମୁଖ୍ୟ ଅତିଥି, ଏସ୍‌ଆଇଏସ୍‌ ଚୌଦ୍ୱାର ଶାଖା ଗ୍ରୁପ କମାଣ୍ଡାଣ୍ଟ ପ୍ରଦୀପ କୁମାର ସିଂ ଓ ଚୌଦ୍ୱାର-କଟକ ବିଜୁ ଜନତା ଦଳ ସଦସ୍ୟ ଆରତ ରଂଜନ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶିବିରରେ କେନ୍ଦ୍ରୀୟ ରେଡ୍‌କ୍ରସ ରକ୍ତଭଣ୍ଡାରର ଡାକ୍ତର ଅଭୟ କୁମାର ପାତ୍ର, ଲାବ୍ରୋଟୋରି ଟେକ୍ନିସିଆନ ରଞ୍ଜନ କୁମାର ଦାସ, ଆଟେଣ୍ଡାଣ୍ଟ ରମେଶ ଚନ୍ଦ୍ର ରାଉତ, ମୃତ୍ୟୁଞ୍ଜୟ ବେଜ, ସଂଯୋଜକ ଅବିନାଶ ଦାସ, ମୋଟିଭେଟର ସ୍ୱାଧୀନ ପଣ୍ଡା ରକ୍ତଦାତାମାନଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ ।

ସମ୍ବନ୍ଧିତ ଖବର