ଜିଏମ୍‌ୟୁ ପ୍ଲାଟିନମ୍‌ ଜୁବିଲିରେ ମେଗା ଶିବିର, ୨୧୬ ୟୁନିଟ୍‌ ରକ୍ତ ସଂଗ୍ରହ

ସମ୍ବଲପୁର : ସମ୍ବଲପୁର ଗଂଗାଧର ମେହେର ବିଶ୍ବବିଦ୍ୟାଳୟରେ ପ୍ଲାଟିନମ୍‌ ଜୁବିଲି ବର୍ଷ ପାଳନ ଅବସରରେ ଦ୍ବିତୀୟ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରେକର୍ଡ ୨୧୬ ଜଣ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ରକ୍ତଦାନ କରିଥିଲେ। ବିଶ୍ବବିଦ୍ୟାଳୟର ଏନ୍ଏସ୍‌ଏସ୍‌, ଏନ୍‌ସିସି, ୟୁଥ ରେଡ୍‌କ୍ରସ ତଥା ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରକୁ ବିଶ୍ବବିଦ୍ୟାଳୟର କୁଳପତି ପ୍ର. ଅତନୁ କୁମାର ପତି ଉଦ୍‌ଘାଟନ କରିଥିଲେ। ଉପକୁଳସଚିବ ଉମା ଚରଣ ପତି ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ। ଏନ୍ଏସ୍‌ଏସ୍‌ ସଂଯୋଜକ ଡ. ପ୍ରଦୋଷ ଆଚାର୍ଯ୍ୟଙ୍କ ନେତୃତ୍ବରେ ଏନ୍‌ସିସି ଅଧିକାରୀ ରାକେଶ ମିଶ୍ର, ୟୁଥ ରେଡ୍‌କ୍ରସ ଅଧିକାରୀ ସରୋଜା ମେହେର, ବିକାଶ ମିଶ୍ର ଏବଂ ଉପରୋକ୍ତ ତିନିଟି ଶାଖାର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନେ ଶିବିରକୁ ଶୃଂଖଳିତଭାବେ ପରିଚାଳନା କରିଥିଲେ। ଆର୍‌କେ ସେଠ, ପ୍ରଶାନ୍ତି ମିଶ୍ର ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା ଗଣ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସମ୍ବାଦ, କନକ ଟିଭି ଓ ଆମ ଓଡ଼ିଶାର କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର