ଜହ୍ନାପଙ୍କରେ ରକ୍ତଦାନ ଶିବିର, ୩୫ ୟୁନିଟ୍‌ ସଂଗ୍ରହ

ଜହ୍ନାପଙ୍କ : ବୌଦ୍ଧ ବ୍ଲକ ଜହ୍ନାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ‘ସମ୍ବାଦ-ଆମ ଓଡ଼ିଶା’ ଓ ଓଡ଼ିଶା ଡ୍ରାଇଭର ମହାସଂଘ, ବୌଦ୍ଧର ମିଳିତ ସହଯୋଗରେ ଯୁବ ସ୍ୱାଭିମାନ ଦିବସ ଅବସରରେ ବୁଧବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୩୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରେ ବୌଦ୍ଧ ସରପଞ୍ଚ ସଙ୍ଘ ସଭାପତି ବିଦ୍ୟାଧର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ।

ପ୍ରଥମେ ଜଗମୋହନ ମେହେର ଓ  ସଂଜିତ ମେହେର ରକ୍ତଦାନ କରିଥିଲେ। ଏହା ପରେ ଲୋକନାଥ ମେହେର, କୁଶ ମେହେର, ରଂଜିତ ମେହେର, ଡମ୍ବରୁ ମେହେର, ଅଧିକାରୀ ବେହେରା, ବୀରବାହୁ ମେହେର, ସୌମ୍ୟରଞ୍ଜନ ଜେନା, ଆଶିଷ ମେହେର, ବିଭୀଷଣ ପ୍ରଧାନ, ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ରଞ୍ଜନ ଦେହୁରୀ, ହିମାଞ୍ଚଳ ଜେନା, ରାହୁଲ ଚୌଧୁରୀ, କୃପାସିନ୍ଧୁ ମେହେର, ମୀନକେତନ ମେହେର, ସରୋଜ ଦାସ, ଦିଲ୍ଲୀପ ମେହେର, ରଂଜିତ ମେହେର, ଅଜୁ ମେହେର, ଭରତ ସେଠୀ, ପ୍ରଫୁଲ ବାରିକ, ସୁଦର୍ଶନ ମେହେର, ଅଞ୍ଜନ ବେହେରା, କପିଳ ପ୍ରଧାନ, ସଞ୍ଜୟ କର୍ମୀ, ଜୟନ୍ତ ମେହେର, ଗଜାନନ ପ୍ରଧାନ, ପ୍ରଶାନ୍ତ ବାରିକ, ଟୁକୁ ମେହେର, ରାମଜୀ ମେହେର, ରାଜେଶ୍ୱର କଳତା, ଗୁଲେଖ ବେହେରା ଓ ଜହ୍ନାପଙ୍କ ‘ସମ୍ବାଦ’ ପ୍ରତିନିଧି ନବକିଶୋର ମେହେର ରକ୍ତଦାନ କରିଥିଲେ। ବୌଦ୍ଧ ରକ୍ତ ଭଣ୍ଡାରର ଟେକ୍ନିସିଆଲ ଇନଚାର୍ଜ ଚତୁର୍ଭୁଜ ବାରିକ, ମେଡିକାଲ ଟେକ୍ନୋଲୋଜିଷ୍ଟ ଆସିଷ୍ଟାଣ୍ଟ ଦେବଦତ୍ତ କିସାନ, ଡାଟା ମ୍ୟାନେଜମେଣ୍ଟ ଆସିଷ୍ଟାଣ୍ଡ ୠତୁମ୍ବରା ସାହୁ, ବ୍ଲଡ୍‌ ବ୍ୟାଙ୍କ ଆସିଷ୍ଟାଣ୍ଟ ବାଦଲ ପ୍ରଧାନ ସହ ଅନ୍ୟ କର୍ମଚାରୀମାନେ ରକ୍ତସଂଗ୍ରହ କରିଥିଲେ।

‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ବିଧାନ ବଳଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରକୁ ଜହ୍ନାପଙ୍କ ପ୍ରତିନିଧି ଶ୍ରୀ ମେହେର ପରିଚାଳନା କରିଥିଲେ।ସାମ୍ବାଦିକ ମନୋରଞ୍ଜନ ନାଏକ, ସମାଜସେବୀ ଜଗଦୀଶ ବାରିକ, ଶାନ୍ତନୁ ଜେନା, ସନତ ସ୍ୱାଇଁ, ଅଶୋକ ପାଣ୍ଡିଆ, ପ୍ରମୋଦ ମେହେର, ଅରୁଣ ମେହେର, ଭଗବାନ ପ୍ରଧାନ, ଦିଲ୍ଲୀପ ପ୍ରଧାନ, ସୁରମଣୀ ବେହେରା, ବିଦେଶୀ ବାରିକ, ପିଣ୍ଟୁ ପାଣିଗ୍ରାହୀ, ବୌଦ୍ଧ ଆଞ୍ଚଳିକ ରକ୍ତଦାତା ସଙ୍ଘ, ତେଲିବନ୍ଧ ରୋପ କ୍ଲବ, ଜଗତି ପ୍ରିନ୍ସ କ୍ଲବ, ଜହ୍ନାପଙ୍କ ପତଞ୍ଜଳି ଯୁବ ଭାରତର ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର