ଝାରସୁଗୁଡ଼ା : ରୋଗଗ୍ରସ୍ତ ମଣିଷକୁ ବଞ୍ଚାଇବା ପାଇଁ ବିଜ୍ଞାନ ଅନେକ କିଛି ଆବଷ୍କାର କରିଛି ମାତ୍ର ମଣିଷ ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ବିଜ୍ଞାନ ଆଜି ମଧ୍ୟ ପ୍ରସ୍ତୁତ କରି ପାରୁନାହିଁ। ତେଣୁ ରକ୍ତଦାନଠାରୁ ପୁଣ୍ୟ କାମ ଆଉ କିଛି ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଏଭଳି ଏକ ମହାନ କାର୍ଯ୍ୟକ୍ରମ ରାଜ୍ୟରେ ଜାରି ରଖିଥିବାରୁ ମନ୍ତ୍ରୀ ଶ୍ରୀ ଦାସ ‘ସମ୍ବାଦ ଓ ଆମ ଓଡ଼ିଶା’କୁ ପ୍ରଶଂସା କରିଛନ୍ତି।
ଝାରସୁଗୁଡ଼ାର କିରଣ ଟ୍ରେଡର୍ସର ବିଜନେସ୍ ପାର୍ଟନର, ସହଯୋଗୀ, ପ୍ରତିନିଧି ତଥା କର୍ମଚାରୀମାନଙ୍କ ସହଯୋଗରେ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଆଜି ସ୍ଥାନୀୟ ଗଙ୍ଗାଧର ମେହେର କଲ୍ୟାଣ ମଣ୍ଡପରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନ ଶିବିରକୁ ଉଦ୍ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବରେ ରେଡ୍କ୍ରସ୍ ସୋସାଇଟିର ଆଜୀବନ ସଦସ୍ୟ ତାପସ ରାୟ ଚୌଧୁରୀ, ଶିକ୍ଷାବିତ ଟହଲୁ ସାହୁ, ଲୋକମୁକ୍ତି ସଂଗଠନର ଉପଦେଷ୍ଟା ଅନନ୍ତ, ଅଧ୍ୟାପିକା ସ୍ବର୍ଣ୍ଣମୟୀ ପୁରୋହିତ ଯୋଗ ଦେଇଥିଲେ। ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ କିରଣ ଟ୍ରେଡର୍ସର ମୁଖ୍ୟ କିରଣ ଲାକ୍ରା ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଶିବିରରେ ମୋଟ ୫୦୧ ଜଣ ଯୁବକ, ଯୁବତୀ ରକ୍ତଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/SBPHO10-JSG-RAKTADANA3.jpg)