ଚାନ୍ଦୋଳ : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଶିକ୍ଷା ସର୍କଲ ଅନ୍ତର୍ଗତ କେଶରପୁର ସ୍ଥିତ କଳିଙ୍ଗ ଆବାସିକ ବିଦ୍ୟାଳୟରେ ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ଆଜି ମୋଟ ୧୧୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ା ‘ସମ୍ବାଦ-ଆମ ଓଡ଼ିଶା’ ଓ କଳିଙ୍ଗ ଆବାସିକ ବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଶିବିରକୁ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ ଉଦଘାଟନ କରିଥିଲେ ା ହରିଅଙ୍କ ପଂଚାୟତର ପୂର୍ବତନ ସରପଂଚ ସୁଖଦାନନ୍ଦ ପ୍ରଧାନ, ଦାନପୁର ପୂର୍ବତନ ସମିତିସଭ୍ୟ ସରୋଜକାନ୍ତ ପଣ୍ଡା, ସମାଜସେବୀ ଦିଲ୍ଲୀପ କୁମାର ମହାନ୍ତି, ସାମ୍ବାଦିକ ପ୍ରମୋଦ କୁମାର ପ୍ରଧାନ, ସାନ୍ତନୁ କୁମାର ସାହୁ, ଭାବାନୀଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।
କଳିଙ୍ଗ ଆବାସିକ ବିଦ୍ୟାଳୟରେ ୧୧୩ ୟୁନିଟ୍ ରକ୍ତ ସଂଗୃହୀତ
/sambad/media/post_attachments/wp-content/uploads/2018/12/blood-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)