‘କିଷ୍ଟ୍‍’ରୁ ୧୦୪ ୟୁନିଟ୍‌ ରକ୍ତ ସଂଗ୍ରହ

ଜଟଣୀ : ଜଟଣୀସ୍ଥିତ କିଷ୍ଟ ଇଞ୍ଜିନିୟରିଂ କଲେଜର ୧୭ତମ ପ୍ରତିଷ୍ଠା ଦିବସ ଅବସରରେ ‘ସମ୍ବାଦ ଆମ ଓଡ଼ିଶା’ ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୧୦୪ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। କଲେଜ ଅଧ୍ୟକ୍ଷ ପ୍ରଫେସର ପାର୍ଥସାରଥୀ ଖୁଣ୍ଟିଆ, କମ୍ପ୍ୟୁଟର ବିଭାଗ ମୁଖ୍ୟ ପ୍ରଫେସର୍‌ ଲକ୍ଷ୍ମୀନାରାୟଣ ପାଢ଼ୀ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। ଛାତ୍ରମଙ୍ଗଳ ଅଧିକାରୀ ଇଂ ଅନିଲ୍‌ କୁମାର ପାଣିଗ୍ରାହୀ, ଯୁବ ରେଡ୍‌କ୍ରସ ସଂପାଦକ ଇଂ ଦେବାଶିଷ ବ୍ରହ୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶେଷ ବର୍ଷର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଜଟଣୀ ସମ୍ବାଦ ପ୍ରତିନିଧି ଦିଲ୍ଲୀପ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ନୟାଗଡ଼ ବ୍ଲଡ୍‌ ବ୍ୟାଙ୍କ ଡାକ୍ତର ଅଜୟ କୁମାର ବାହିନୀପତି, କାଉନସେଲର୍‌ ଅଜୟ ପଟ୍ଟନାୟକ ଓ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର