ସ୍ବର୍ଗତ ଇଂ. ଦେବବ୍ରତ ମିଶ୍ରଙ୍କ ସ୍ମୃତିରେ ରକ୍ତଦାନ ଶିବିର

ବରଗଡ଼: ଶହ ଶହ ଅସହାୟ ରୋଗୀଙ୍କ ପାଇଁ ରକ୍ତ ଯୋଗାଇ ଥିବା ସ୍ବର୍ଗତ ଇଂ. ଦେବବ୍ରତ ମିଶ୍ର (ଟୁକୁ)ଙ୍କ ସ୍ମୃତିରେ ସ୍ଥାନୀୟ ନେହରୁ ଏସୋସିଏସନ କ୍ଲବ ଓ ‘ଆମ ଓଡ଼ିଶା’ର ମିଳିତ ସହଯୋଗରେ ନେହରୁ ଏସୋସିଏସନ ପରିସରରେ ରବିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏସୋସିଏସନର ସଭାପତି ଆନନ୍ଦ ପ୍ରଧାନଙ୍କ ନେତୃତ୍ବରେ ଅନୁଷ୍ଠିତ ଶିବିରକୁ ଶିକ୍ଷୟିତ୍ରୀ ଅଙ୍କିତା ମିଶ୍ର ଉଦ୍‌ଘାଟନ କରିଥିଲେ।

ଅନେକ ଜନହିତକର କାର୍ଯ୍ୟ କରି ସମସ୍ତଙ୍କ ପ୍ରିୟଭାଜନ ହୋଇଥିବା ସମାଜସେବୀ ତଥା ବଦାନ୍ୟବନ୍ଧୁ ସ୍ବର୍ଗତ ଇଂ. ମିଶ୍ରଙ୍କୁ ବହୁ ପୁରୁଷ ଓ ମହିଳା ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶିବିରରେ ମୋଟ ୪୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶିବିରରେ ଟିକୁ ଦାଶ, ସତ୍ୟଜିତ ଦାଶ, ଭରତ ସାହୁ, ସଂଜୀବ ରାଓ, କ୍ଷିତିଶ ମିଶ୍ର, ଅନୁପମା ମିଶ୍ର, ଅବିନାଶ ମିଶ୍ର, ଅଙ୍କିତା ମିଶ୍ର, ଦୀପକ ସାହୁ, ରିଙ୍କି ନାଗ, ଅଭିଷେକ ପ୍ରଧାନ, ଭାଗବତ ଦାଶ, ପ୍ରହଲ୍ଲାଦ ସୁନା, ଜୟନ୍ତ ସାହୁ, ପ୍ରଶାନ୍ତ ବେହେରା, ନରସିଂହ କର, ପ୍ରତୀକ ଦର୍ଜୀ, ନୂତନ ପଟୁଆ, ରଂଜିତ ଶତପଥୀ, ଧର୍ମାନନ୍ଦ ଷଡ଼ଙ୍ଗୀ, ଯଶୋବନ୍ତି ଦାଶ, ଅଙ୍କିତା ପ୍ରିୟଦର୍ଶିନୀ, ମାରନ୍ଧା ବେହେରା, କଲ୍ୟାଣୀ ସାହୁ, ବିଶ୍ବନାଥ ସାହୁ, ଶଶାଙ୍କ ଦାଶ, ସୁବ୍ରତ ଶତପଥୀ, ପ୍ରତ୍ୟୁଷ ମିଶ୍ର, ସଂଗ୍ରାମ କେଶରୀ ବେହେରା, ଶେଷଦେବ ଭୋଇ, ଯୁଧିଷ୍ଠିର ସେଠୀ, ଶିବୁ ବାଗ, ନରେନ୍ଦ୍ର କୁଦେଇ, ଦିବେଶ ନାୟକ, ଧର୍ମେନ୍ଦ୍ର ସିଂହ, ପ୍ରିୟଙ୍କା ଭୋଇ, ବିଦିଶା ସାହୁ, ଲଳିତା ସାହୁ, ସମୀର ସାହୁ, ସମରଜିତ ଷଡ଼ଙ୍ଗୀ, ଅରବିନ୍ଦ ବେହେରା, ରୋଶନ ଦାଶ, ସୂରଜ ପଟେଲ, ମାନସ ଚାନ୍ଦ, ସନ୍ତୋଷ ସାହୁ ପ୍ରମୁଖ ରକ୍ତଦାନ କରି ସ୍ବର୍ଗତ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏସୋସିଏସନର କାର୍ଯ୍ୟକାରୀ ସଭାପତି କେନେଡ଼ି ରାଜ ଓ କୋଷାଧ୍ୟକ୍ଷ ସତ୍ୟଜିତ ଦାଶ ଶିବିର ପରିଚାଳନା କରିଥିବା ବେଳେ ସ୍ବେଚ୍ଛାସେବୀ ସଂଗଠନ ଫର୍, ନିଷ୍ଠା ପରିବାର ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର