ହୀରାକୁଦ : ରବିବାର ଦିନ ‘ସମ୍ବାଦ’ ପଶ୍ଚିମ ଓଡ଼ିଶା ସଂସ୍କରଣର ପୂର୍ବତନ ଉପମହାପ୍ରବନ୍ଧକ ଦେବେନ୍ଦ୍ର ସାମନ୍ତରାୟଙ୍କ ସ୍ମୃତିରେ ହୀରାକୁଦ ଜିଗ୍‌ଜାଗ୍‌ କ୍ଲବ୍‌ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏସ୍‌ଏମ୍‌ସି କମିସନର୍‌ ଅନିରୁଦ୍ଧ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ବୁର୍ଲା ଏସ୍‌ଡିପିଓ ସତ୍ୟବ୍ରତ ଦାସ, ହୀରାକୁଦ ଥାନାଧିକାରୀ ଚିତ୍ତରଞ୍ଜନ ନାୟକ, ଲାୟନ୍ସ କ୍ଲବ୍‌ର ଆଞ୍ଚଳିକ ଅଧ୍ୟକ୍ଷ ହରିଶ୍ଚନ୍ଦ୍ର ଗୁପ୍ତା ଓ ଜୋନ୍‌ ଅଧ୍ୟକ୍ଷ ଅରୁଣ କୁମାର ଉପସ୍ଥିତ ଥିଲେ। ‘ସମ୍ବାଦ- ଆମ ଓଡ଼ିଶା’, ଲାୟନ୍ସ କ୍ଲବ ରୟାଲ୍ସ ଓ ଜିଗ୍‌ଜାଗ୍‌ କ୍ଲବ୍‌ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ୫୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

Advertisment

ପ୍ରଥମେ ଦେବେନ୍ଦ୍ର ସାମନ୍ତରାୟଙ୍କ ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଲାୟନ୍ସ କ୍ଲବ୍‌ ରୟାଲ୍ସର ସଭାପତି କାର୍ତ୍ତିକ କଲେତ, ସମ୍ପାଦକ ଦୁର୍ଗାପ୍ରସାଦ ପାଢ଼ୀ, ଲକ୍ଷ୍ମୀପ୍ରସାଦ ମହାପାତ୍ର, ବିକାଶ ଅଗ୍ରଵାଲ, ଅଶୋକ ପଟ୍ଟନାୟକ, ମଞ୍ଜୁ ଓରାମ, ଶୁକଦେବ ଖଡ଼ିଆ, କୁନା ବାଗ, ଉତ୍ତମ ବାଗ, ଜିଗ୍‌ଜାଗ୍ କ୍ଲବ୍‌ର ସମ୍ପାଦକ ମହେଶ୍ବର ଷଣ୍ଢ, କୋଷାଧ୍ୟକ୍ଷ ସୁରେନ୍ଦ୍ର ସ୍ବାଇଁ, ଦୀପକ ଜ୍ୟୋତିଷ, ଅର୍ଜୁନ ହାତୀ, ମୃତ୍ୟୁଞ୍ଜୟ କାଞ୍ଜିଆ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ବିଜୟ ପଣ୍ଡା, ଚିତ୍ତରଞ୍ଜନ ରାଉଳ, ସୁନିଆ ପଟ୍ଟନାୟକ, ଅଶୋକ ନାୟକ, ତ୍ରିବେଣୀ ପଣ୍ଡା, ମମତା ମୁଦୁଲି ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ବୁର୍ଲା ରକ୍ତଭଣ୍ଡାର ଅଧିକାରୀ ପକ୍ଷରୁ ଡା. ଧନଞ୍ଜୟ ଠାକୁରଙ୍କ ତତ୍ତ୍ବାବଧାନରେ ମଣ୍ଟୁ ପ୍ରଧାନ, ପଦ୍ମିନୀ ଶତପଥୀ, ଉଦିତ ବଢ଼େଇ, ଜନକ ବେହେରା ଓ ପ୍ରହଲ୍ଲାଦ ଭୋଇ ରକ୍ତ ସଂଗ୍ରହ କରିଥିଲେ। ‘ସମ୍ବାଦ- ଆମ ଓଡ଼ିଶା’ର ପ୍ରିୟତୋଷ ମହାନ୍ତି ଓ ହୀରାକୁଦ ‘ସମ୍ବାଦ’ ପ୍ରତିନିଧି ସୁରେନ୍ଦ୍ର ବିଶ୍ବାଳ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

publive-image

ରକ୍ତଦାତା: ରମେଶ ସାବତ, ମୃତ୍ୟୁଞ୍ଜୟ କାଞ୍ଜିଆ, ମାନସ ଦାସ, କାର୍ତ୍ତିକ କଲେତ, ମାନସ ମୂଳି, କରମ ସିଂ, ସ୍ବାଗତ ପଟେଲ, ଧୀରେନ ବେହେରା, ଆଲୋକ ନାଗ, ଅମନ ମହାନନ୍ଦିଆ, ବାସନ୍ତି ସାହୁ, ନିତେଶ ମେହେର, ଆକାଶ ରାମ, ବିକାଶ ରାମ, ନରେଶ ବିଶ୍ବାଳ, ବିକାଶ ଆସ୍‌, ରମେଶ ଦୀପ, ସୁମିତ ସାହୁ, ରାକେଶ କାଞ୍ଜିଆ, କୈଳାସ ଭୋଇ, ଦୀପ୍ତିରଞ୍ଜନ ପଲେଇ, ଶଙ୍କର ସେଠୀ, ସୁନୀଲ ଓରାମ, କୃଷ୍ଣ ପ୍ରଧାନ, ସନ୍ନନ୍ୟାସୀ ବେହେରା, ଗୀତାଞ୍ଜଳି ପ୍ରଧାନ, ସରୋଜ ପଣ୍ଡା, ଅଗନିକ୍‌ ସିଂହ, ରାଜେଶ ସାହୁ, ବାବୁଲି ସାହୁ, ସାନନ୍ଦ ମହାନନ୍ଦ, ସମୀର ମହାରଣା, ଦିଗାମ୍ବର ଜ୍ୟୋତିଷ, ହୃଦାନନ୍ଦ ସାହୁ, ପ୍ରଶାନ୍ତ ପ୍ରଧାନ, ନିରଞ୍ଜନ କାଞ୍ଜିଆ, ଅନ୍ତର୍ଯ୍ୟାମୀ ପ୍ରଧାନ, ଶ୍ରୀଧର ପ୍ରଧାନ, ଦୀପକ ବେହେରା, ମାନସ ବେହେରା, ପ୍ରବୀଣ ଖେତ୍ରୀ, କାହ୍ନୁ ଓରାମ, ଆକାଶ ମିର୍ଦ୍ଧା, କୌଳାଶ ସ୍ବାଇଁ, ପ୍ରିୟା ବିଶ୍ବାଳ, ମୁନା ଗୌଡ଼, ମହେଶ ଗର୍ଡିଆ, ଭରତ ସେଠୀ, ଅଜୟ ବାରିକ, ଅମ୍ବୁ ବେହେରା, ସତୀଶ ପାଣିଗ୍ରହୀ ଓ ଅହିତ କଲେତ।