ଏମ୍‌କେସିଜିରେ ୧୭୨ ୟୁନିଟ୍‌ ରକ୍ତ ସଂଗୃହୀତ

ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜରେ ଗତକାଲି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରାସ୍ତା ଦୁର୍ଘଟଣାରେ ଚଳିତ ବର୍ଷ ମୃତ୍ୟୁବରଣ କରିଥିବା ଏହି ମେଡିକାଲ କଲେଜର ଜଣେ ଛାତ୍ର ସ୍ୱର୍ଗତ ଅଖିଳ ପାଣିଗ୍ରାହୀଙ୍କ ସ୍ମୃତିରେ ଏହି ଶିବିର ଆୟୋଜନ ହୋଇଥିଲା। ମେଡିକାଲ କଲେଜର ଛାତ୍ର ସଂସଦ, ଏସଏସଜି ସୋସାଇଟି, ‘ସୋଚ୍‌’ ଏବଂ ‘ସମ୍ବାଦ- ଆମ ଓଡ଼ିଶା’ର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରେ ମୋଟ ୧୭୨ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡ.ରାଧାମାଧବ ତ୍ରିପାଠୀ, ଅଧୀକ୍ଷକ ପ୍ରଫେସର ଡ. ଚରଣ ପଣ୍ଡା, ପ୍ରଫେସର ଡ.ଦେବୀପ୍ରସାଦ ମିଶ୍ର, ଡ.ରାମକୃଷ୍ଣ ମିଶ୍ର ପ୍ରମୁଖ ଏଥିରେ ଯୋଗ ଦେଇ ଶିବିର ଉଦ୍‌ଘାଟନ କରିବା ସହ ସ୍ୱର୍ଗତ ଅଖିଳ ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ପୁଷ୍ପାଂଜଳି ପ୍ରଦାନ କରି ତାଙ୍କର ସ୍ମୃତିଚାରଣ କରିଥିଲେ। ଏଥିସହ ଶିବିରରେ ଯୋଗ ଦେଇଥିବା ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର