ମାନେଶ୍ୱର : ଆଜି ଜାତୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ନକ୍ସାପାଲି ଗୋପାଲଜି ଯୁବକ ସଂଘ ଓ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ଏକ ଦମ୍ପତିଙ୍କ ସହିତ ସର୍ବମୋଟ ୧୧୫ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ରକ୍ତଦାନ ପାଇଁ ବିଶେଷକରି ଯୁବକମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର ଉଦ୍‌ଘାଟନ କରିବା ସହିତ ସ୍ବାମୀ ବିବେକାନନ୍ଦଙ୍କ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ବରିଷ୍ଠ ସାମ୍ବାଦିକ ରାଜରାମ ପାଢ଼ୀ, ବଜରଙ୍ଗ ଦଳର ପଶ୍ଚିମ ଓଡ଼ିଶାର ପ୍ରାନ୍ତୀୟ ସଂଯୋଜକ ସୁଧୀର ବହିଦାର ଓ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ସନ୍ଦୀପ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବବର୍ଗଙ୍କୁ ଆହ୍ବାନ ଦେଇଥିଲେ।

Advertisment

‘ସମ୍ବାଦ’ର ପଶ୍ଚିମ ଓଡ଼ିଶା ସଂସ୍କରଣର ଡିଏଜମ୍(ବାର୍ତ୍ତା) ସୁବ୍ରତ ନାୟକ ଓ ଏଜିଏମ୍‌ ଗଜେନ୍ଦ୍ରନାଥ ମଲ୍ଲିକ ବିବେକାନନ୍ଦଙ୍କ ପ୍ରତି ଶ୍ରଦ୍ଧାଂଜଳି ଅର୍ପଣ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଗୋପଲଜୀ ଯୁବକ ସଂଘ ଗତ ୬ ଧରି ରକ୍ତଦାନ ଶିବିର ଆୟୋଜନ କରିଆସୁଛି। ସଂଘର ସଭାପତି ନିରୋଦ କୁମାର ବେହେରାଙ୍କ ନେତୃତ୍ବରେ ଓ ‘ସମ୍ବାଦ’ର ମାନେଶ୍ବର ପ୍ରତିନିଧି ଦେବନ୍ତ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ଯୁବ ସମାଜସେବୀ ଶିଶିର ବହିଦାର, କୁନ୍ଦନ ପ୍ରଧାନ, ଶରତ ବେହେରା, ଅଭିଷେକ ସରାଫ, ନିହାର ରଞ୍ଜନ ସର, ସିପନ୍ ସାହୁ, ଆଲୋକ ନାଥ, ମାନରଞ୍ଜନ ମହାକୁଡ଼, ସୁଧୀର ଦାସ, ନିବେଦିତା ବେହେରା, ପ୍ରିୟଙ୍କା ବାଗ, ବନିତା ବେହେରା, ତନୁ ଓରାମଙ୍କ ସହିତ ସଂଗଠନର ସବୁ ସଦସ୍ୟଙ୍କ ପ୍ରମୁଖ ଭୂମିକା ରହିଥିଲା। ସମ୍ବଲପୁର ରକ୍ତ କେନ୍ଦ୍ର ଅଧିକାରୀ ଡାକ୍ତର କଳ୍ପେଶ କକ୍କଡଙ୍କ ତତ୍ତ୍ବାବଧାନରେ ବରିଷ୍ଠ ଟେକନିସିଆନ୍‌ ସନ୍ତୋଷ ଗୌଡ଼, ତାପସ ନାୟକ, କର୍ମଦେବ ପଟେଲ, ଓମ ଖଣ୍ଡାୟତ ପ୍ରମୁଖ ରକ୍ତ ସଂଗ୍ରହ କରିଥିବା ବେଳେ ‘ସମ୍ବାଦ’ର ବରିଷ୍ଠ ଜିଲ୍ଲା ପ୍ରତିନିଧ ରତ୍ନାକର ଭୋଇ, ଯୁଯୁମୁରା ବ୍ଲକ୍ ପ୍ରତିନିଧି ବିଜୟ ସ୍ବାଇଁ ଓ ଆମ ଓଡ଼ିଶା ସଂଯୋଜକ ପ୍ରିୟତୋଷ ମହାନ୍ତି ସହଯୋଗ କରିଥିଲେ।