ଗୌରୀ ଶଙ୍କର ରାୟଙ୍କ ୧୦୩ତମ ଶ୍ରାଦ୍ଧ ବାର୍ଷିକରେ ୬୧ୟୁନିଟ ରକ୍ତ ସଂଗ୍ରୁହିତ

ନିଶ୍ଚିନ୍ତକୋଇଲି : ଆଜି ସ୍ଵାଧୀନତା ସଂଗ୍ରାମୀ ଉତ୍କଳ ପ୍ରଦେଶ ଗଠନର ସ୍ରଷ୍ଠା କର୍ମବୀର ଗୌରୀ ଶଙ୍କର ରାୟଙ୍କ ୧୦୩ତମ ଶ୍ରାଦ୍ଧ ବାର୍ଷିକ ତାଙ୍କ ଜନ୍ମସ୍ଥାନ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେସ୍ୱର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କର୍ମବୀର ଗୌରୀ ଶଙ୍କର ରାୟ ସେବା ସହାୟକ ସଂଘ ଆନୁକୂଲ୍ୟରେ ଅସୁରେସ୍ୱର ସ୍ଥିତ ବ୍ରୋଞ୍ଜ ପ୍ରତିମୂର୍ତ୍ତିରେ ସ୍ବର୍ଗତ ଗୌରୀଶଙ୍କର ରାୟଙ୍କ ଅଣନାତି ମଳୟ ଶଙ୍କର ରାୟ, ନିଶ୍ଚିନ୍ତକୋଇଲି ତହସିଲଦାର ଜିତେନ୍ଦ୍ର ପାତ୍ର , ବିଇଓ ମନୋରଞ୍ଜନ ବାରିକ ଓ ସଂସ୍ଥାର କର୍ମକର୍ତ୍ତାମାନେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ଥାନୀୟ ଅସୁରେସ୍ୱର ଉଚ୍ଚ ବିଦ୍ୟାଳୟରେ ଗୌରୀଶଙ୍କର ରାୟଙ୍କ ଉଦେଶ୍ୟରେ ସମ୍ବାଦ -ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରଯାଇଥିଲା। ଶିବିରରେ କଲେଜ ଛାତ୍ର ଛାତ୍ରୀ, ସ୍ବେଛାସେବୀମାନେ ରକ୍ତ ଦାନ କରିଥିଲେ। ଏସ୍‌ସିବି ମେଡ଼ିକାଲ କଲେଜ ତରଫରୁ ରକ୍ତ ସଂଗ୍ରହ କରାଯାଇଥିଲା ବେଳେ ଶିବିରରୁ ୬୧ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

ସମ୍ବନ୍ଧିତ ଖବର