ନୃସିଂହନାଥ କ୍ଲବ୍‌ରେ ୧୦୧ ୟୁନିଟ୍‌ ରକ୍ତ ସଂଗ୍ରହ

କଟକ : ମଙ୍ଗଳାବାଗ୍‌ ମହ୍ଲାସାହି ନୃସିଂହନାଥ କ୍ଲବ୍‌ ରୌପ୍ୟ ଜୟନ୍ତୀ ଅବସରରେ ‘ନୃସିଂହନାଥ କ୍ଲବ୍‌’ ଓ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର କ୍ଲବ୍‌ରେ ଅନୁଷ୍ଠିତ ହୋଇଥିଲା। ପୁଲିସ୍‌ କମିସନର ସତ୍ୟଜିତ ମହାନ୍ତି ଶିବିରକୁ ଉଦ୍‌ଘାଟନ କରିିଥିଲେ। ସମ୍ମାନିତ ଅତିଥି ଭାବେ ମୁରବି ସମ୍‌ସିର ମହମ୍ମଦ, ସୁଦାମ ଚରଣ ପ୍ରଧାନ, ପ୍ରସନ୍ନ ତ୍ରିପାଠୀ, ଅଲେଖ ସାହୁ, ମାଗୁଣୀ ଚରଣ ସାହୁ, ନୃସିଂହ ଚରଣ ଚୌଧୁରୀ, ପ୍ରଦୀପ ସାହୁ, ମନୋଜ ସେଠୀ, ସଞ୍ଜୟ ଦାସ, ନନ୍ଦକିଶୋର ପ୍ରଧାନ, ମୋହିନୀ ମୋହନ ସାମଲ, ଗଙ୍ଗାଧର ମହାପାତ୍ର, ଅଶ୍ୱିିନୀ ମହାରଣା, ରବୀନ୍ଦ୍ର ଶୁକ୍ଲ, ସୁରେଶ ମହାନ୍ତି, ହରେନ୍‌ ଦାଶ, ରାଜେନ୍ଦ୍ର ଶୁକ୍ଲ, ଚିନ୍ତାମଣି ଶୁକ୍ଲ, କ୍ଷୀରୋଦ ସାହୁ, ସ୍ୱତନ୍ତ୍ର ଅତିଥି ଭାବେ ‘ସମ୍ବାଦ’ କଟକ ସଂସ୍କରଣ ଏଜିଏମ୍‌(ନିଉଜ୍‌) କୃଷ୍ଣପ୍ରସାଦ ଦାସ, ଡାକ୍ତର ଭୁବନାନନ୍ଦ ମହାରଣା, ଏସିପି ଶେଖ୍‌ ସରିଫୁଦ୍ଦିନ୍‌, ମଙ୍ଗଳାବାଗ ଆଇଆଇସି ଅରୁଣ କୁମାର ସ୍ୱାଇଁ, ‘ସମ୍ବାଦ’ ପ୍ରତିନିଧି ସୁଶାନ୍ତ କୁମାର ସ୍ୱାଇଁ, ଜ୍ଞାନରଞ୍ଜନ ରାଉତରାୟ, ସୌମ୍ୟରଞ୍ଜନ ପାତ୍ର, କର୍ପୋରେଟର ନମିତା ମଞ୍ଜରୀ ସାହୁ ଯୋଗ ଦେଇଥିଲେ। କ୍ଲବ୍‌ ସଭାପତି ବିଶ୍ୱନାଥ ବେହେରା, ସଂପାଦକ ଗଣେଶ ଚନ୍ଦ୍ର ଦାସ, ଉପଦେଷ୍ଟା ବିମ୍ବାଧର ମହାପାତ୍ର ଓ ସୁବାସ ଦାସଙ୍କ ତତ୍ତ୍ୱାବଧାନରେ ଶିବିର ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର