ରାୟଗଡା : ରାୟଗଡ଼ାର ରାଧାକ୍ରିଷ୍ଣା ଏଣ୍ଟରପ୍ରାଇଜର୍ସ ଏବଂ ‘ଆମ ଓଡ଼ିଶା’ ମିଳିତ ଆନୁକୁଲ୍ୟରେ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ଜେକେ ରୋଡ ସ୍ଥିତ ଗ୍ଲେଜ୍ ଟ୍ରେଡିଙ୍ଗ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଗା ଶିବିରରେ ମୋଟ ୧୭୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ରାୟଗଡା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ଜିଲ୍ଲାପାଳ ଏବଂ ସଂସ୍ଥାର ଉପଦେଷ୍ଟା ପଦ୍ମନାଭ ଦାଶ (ଟୁଟୁ), ମୁକୁନ୍ଦ ଝା ପ୍ରମୁଖ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ରାୟଗଡାରେ ରକ୍ତଦାନ ଶିବିର ୧୭୦ ୟୁନିଟ୍ ରକ୍ତ ସଂଗ୍ରହ
/sambad/media/post_attachments/wp-content/uploads/2018/08/blood-1.jpg)