ରେଭେନ୍ସା ୱେଷ୍ଟ ହଷ୍ଟେଲରେ ରକ୍ତଦାନ; ୩୦୨ ୟୁନିଟ୍ ସଂଗୃହୀତ

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟ ‘ୱେଷ୍ଟ ହଷ୍ଟେଲ ଓ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୩୦୨ ୟୁନିଟି ରକ୍ତ ସ˚ଗ୍ରହ କରାଯାଇ ଥିବା ବେଳେ ଛାତ୍ର ବିଜେଡି ରାଜ୍ୟ ମହାସଚିବ ହରିଶଙ୍କର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ବବିଦ୍ୟାଳୟ କୁଳସଚିବ ଅଶୋକ କୁମାର ଦାସ, ସମାଜସେବୀ ସତୀଶ ଶେଖର, ୱାର୍ଡେନ ମନୋଜ କୁମାର ଦାସ, ବିଜେଡି ନେତା ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଛାତ୍ର ଅରଜିତ ପ୍ରସାଦ ରାଉତରାୟ, ସୁଶାନ୍ତ ସାହୁ, ନିହାର ରଂଜନ, ଶିବାଜୀ ପ୍ରଧାନ, ସୌମ୍ୟ ରଂଜନ, ପ୍ରଭୁଦତ୍ତ ଆଚାର୍ଯ୍ୟ, ଅନ୍ତେବାସୀ ଲିଙ୍ଗରାଜ ଦାସ, ରାକେଶ ମିଶ୍ର, ଓମକାର ମିଶ୍ର, ବାସୁଦେବ ପ୍ରଧାନ, ଶ୍ରବଣ ସରଦାର, ସାର୍ଥକ ଗୁପ୍ତା, ବିଶ୍ବଜିତ ସାହୁ, ହାର୍ଦ୍ଧିକ ରାୟ, ସୁନିଲ ସୋମନାଥ, ରଜତ ନାୟକ, ଅଭିଷେକ ବେହେରା, ମହେନ୍ଦ୍ର ବେହେରା, ସିଙ୍ଗରି ସୋରେନ୍‌, ରାଧା ଗୋବିନ୍ଦ ପଣ୍ଡା, ବିଶ୍ବଜିତ ପରିଡା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର