ରାଉରକେଲା : ଯୁବ ସ୍ବାଭିମାନ ଦିବସ ତଥା ‘ସମ୍ବାଦ’ର ସମ୍ପାଦକ ଓ ‘ ଆମ ଓଡ଼ିଶା’ର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିବସ ଉପଲକ୍ଷେ ରାଉରକେଲା ଓ ବନ୍ଧମୁଣ୍ଡା‌ରେ ଦୁଇଟି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିର‌ରେ ୬୬ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ବନ୍ଧମୁଣ୍ଡା ସେକ୍ଟର-ସି ସ୍ଥ ବଙ୍ଗ ଭାରତୀ ଠାରେ ୨୮ ୟୁନିଟ୍‌, ଏମିତି ମୋଟ ୯୪ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ବିଜେପିର ବରିଷ୍ଠ ନେତା ନିହାର ରାୟ ମୁଖ୍ୟ ଅତିଥି ଭାବେ ‌ଯୋଗ ଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛ ଜଣାଇଥିଲେ। ଆଜିର ଦିନରେ ସମ୍ବାଦର ଏଭଳି ମହତ କାର୍ଯ୍ୟ ନିଶ୍ଚିତ ଭାବେ ଅନ୍ୟମାନଙ୍କୁ ପ୍ରେରଣାଦେବ।

Advertisment

publive-image

ଶ୍ରୀ ରାୟ କହିଥିଲେ, ରକ୍ତଦାନ ହେଉଛି ମହତ ଦାନ। କାରଣ ରକ୍ତ କୌଣସି ବିକଳ୍ପ ନାହିଁ। ଜଣେ ରକ୍ତଦାନ କଲେ ଅନ୍ୟ ଜଣଙ୍କର ଜୀବନ ରକ୍ଷା ପାଇବ। ଏଣୁ ସମ୍ବାଦ-ଆମ ଓଡ଼ିଶାର ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ସେ ଆହ୍ବାନ ଦେଇଥିଲେ। ‘ ଦୂତ’ ସଂସ୍ଥାର କ୍ରିଷ୍ଣା ସାହୁ, ଦେବୀକା ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ‘ସମ୍ବାଦ’ ଏହି ମହତ କାର୍ଯ୍ୟ ନିଶ୍ଚିତ ଭାବେ ପ୍ରଶଂସୀୟ ବୋଲି କହିଥିଲେ। ‘ଉଇ ଫର ୟୁ ୟୁଥ କ୍ଲବ’, ନିଖିଳ ଉତ୍କଳ ବାରିକ୍‌ ସମିତି, ଓଡ଼ିଶା ଯୁବ ଶକ୍ତି ସଂଘ, ବିଜେପିର ଯୁବ କର୍ମୀମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ବିଜେପିର ଅନ୍ୟମାନଙ୍କ ମଧ୍ୟରେ ବିନ୍ଦର ସିଂହ, ନୂତନ ଦୀପ, ଅଙ୍କୁଶ ବର୍ମା, ସୂର୍ଯ୍ୟକାନ୍ତ ମହାନ୍ତି, ଅଶୋକ ଗିରି, ପ୍ରସାଦିନୀ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ। ଉଇ ଫର ୟୁ ୟୁଥ କ୍ଲବର ସଭାପତି କୈଳାସ ବେହେରା, ସମ୍ପାଦକ ରଶ୍ମୀ ରଞ୍ଜନ ବାରିକଙ୍କ ସମେତ ଆଶୁତୋଷ ବିଶ୍ବାଳ, ବାଦଲ ଦାସ, ସମୀର ବିଶ୍ବାଳ, ବିଶ୍ବଜିତ୍‌ ଘୋଷ, ଶୁଭମ୍‌ ମହାପାତ୍ର, ବନମାଳୀ ପତି, ପ୍ରଶାନ୍ତ ସାହୁ, ଟୁନା ସ୍ବାଇଁ, ଦୀପ୍ତିରଞ୍ଜନ ବାରିକ୍, ପ୍ରବୀର ଜେନା ପ୍ରମୁଖ ରକ୍ତଦାନ କରିଥିଲେ। ନିଖିଳ ଉତ୍କଳ ବାରିକ୍‌ ସମିତର ସଭାପତି ରାଜେନ୍ଦ୍ର ବାରିକ୍‌, ସମ୍ପାଦକ ସୁକାନ୍ତ କୁମାର ବାରିକ୍‌, ଉପସଭାପତି ରବିନ୍ଦ୍ର ଠାକୁର, ସଞ୍ଜୟ ଠାକୁରଙ୍କ ସହ କାଞ୍ଚନ ପରମାଣିକ, ଆକାଶ ଠାକୁର, ସୁରଜ ପରମାଣିକ, ଦେବାଶିଶ ବାରିକ୍‌, ଆଶିଷ ବାରିକ୍, ରାକେଶ ଠାକୁର, ରଶ୍ମୀ ରଞ୍ଜନ ବାରିକ୍‌ ଶିବିରରେ ଯୋଗ ଦେଇଥିଲେ।

publive-image

ଅନୁରୂପ ଭାବେ ବନ୍ଧମୁଣ୍ଡା ସେକ୍ଟର-ସିସ୍ଥ ବଙ୍ଗ ଭାରତୀ ଠାରେ ବିଜେପି ପାନପୋଷ ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ନୂତନ ଦୀପଙ୍କ ନେତୃତ୍ବରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବିଜେପିର ବରିଷ୍ଠ ନେତା ନିହାର ରାୟ ଅତିଥି ଭାବେ ‌ଯୋଗଦେଇ ସମ୍ବାଦ-ଆମ ଓଡ଼ିଶା ପରିବାରକୁ ଶୁଭେଚ୍ଛା ଜଣାଇଥିଲେ। ବିଜେପି ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ମମତା ଗୌତମ,ପ୍ରମିଳା ସୁନା,ଦକ୍ଷିଣ ପୂର୍ବ ରେଳବାଇ ମେନ୍ସ କଂଗ୍ରେସର କେନ୍ଦ୍ରୀୟ କୋଷାଧ୍ୟକ୍ଷ ରତନ ପଣ୍ଡା, ଦେବାଶିଷ ପତି, ବରୁଣ ଜେନା, ମୁକେଶ ପାଣ୍ଡେ, ଉଜ୍ବଳ ଭଟ୍ଟାଚାର୍ଯ୍ୟ, ପଙ୍କଜିନି ଦାସ, କାଜଲ ସିଂହା, ଧିରେନ୍ ମଲ୍ଲିକ, ଅଭିଷେକ ସିଂ, ଭାରତୀ ସିଂ, ପ୍ରମିଳା ବର୍ମା, ଜୟା ପ୍ରସାଦ ପ୍ରମୁଖ ‌ଯୋଗଦେଇଥିଲେ। ‘ସମ୍ବାଦ-ସାହିତ୍ୟଘର’ର ସଦସ୍ୟମାନେ ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଉଭୟ ଶିବିରକୁ ‘ସମ୍ବାଦ’ ରାଉରକେଲା ସଂସ୍କରଣ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।