ଲକ୍ଷ୍ୟ କମ୍ପିଟିଟିଭ୍‌ ସେଣ୍ଟର ପକ୍ଷରୁ ରକ୍ତଦାନ ଶିବିର, ୧୭୬ ୟୁନିଟ୍‌ ସଂଗୃହୀତ

ସୋର : ସୋର ମୁନିସିପାଲଟି ଓ୍ଵାର୍ଡ ନଂ-୧ ମାଟିଆପଲା ଛକ ସ୍ଥିତ ଲକ୍ଷ୍ୟ କମ୍ପିଟିଟିଭ୍‌ ସେଣ୍ଟର ଓ ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଆଜି ଏକ ମେଗା ରକ୍ତଦାନ ଶିବର ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପରିଚାଳନା ମୁଖ୍ୟ ଅଭିରାମ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରୁ ୧୭୬ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିରକୁ ସୋର ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସମ୍ବାଦର ବିତ୍ତ ବିଭାଗର ପ୍ରଭାତ ମହାପାତ୍ର, ସୋର ଏସ୍‌ଆଇ ଅରୂପ ବରାଇକ୍‌, ତଳନଗର ମହାବିଦ୍ୟାଳୟର ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟାୟ, ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟର ଅଧ୍ୟାପକ ମାନସ ପଣ୍ଡା, କଟକ ସେଣ୍ଟ୍ରାଲ ବ୍ଲଡବ୍ୟାଙ୍କ ଅଧିକାରୀ ଡା. ସୁଧାଂଶୁ ଶେଖର ସାହୁ ଓ ଅନୁଷ୍ଠାନର ପ୍ରତିଷ୍ଠାତା କବୀନ୍ଦ୍ର ପଣ୍ଡା ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଶାନ୍ତନୁ ପଣ୍ଡା ଅତିଥିମାନଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର