ସମ୍ବାଦ- ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର, ୩୦ ୟୁନିଟ୍‌ ସଂଗ୍ରହ

ସୋନପୁର : ‘ସମ୍ବାଦ- ଆମ ଓଡ଼ିଶା’ ପକ୍ଷରୁ ସୋନପୁର ବ୍ଲକ ବଡ଼ବାହାଲିସ୍ଥିତ ଶ୍ରୀଦୁର୍ଗା କନଡେଭ ରେଲୱେ କ୍ୟାମ୍ପରେ ବୁଧବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀଦୁର୍ଗା କନଡେଭର ପ୍ରକଳ୍ପ ପରିଚାଳକ ଅଜିତ ସାହୁ ମୁଖ୍ୟ ଅତିଥି ଏବଂ ସମାଜସେବୀ ରାଜେନ୍ଦ୍ର ପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥି‌ଲେ। ଏଥିରେ ମୋଟ୍‌ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

ଡା. ସରୋଜ ପଟେଲ, ବରିଷ୍ଠ ଟେକନିସିଆନ ସୁବାସ ପଣ୍ଡା, ଜଗତନାରାୟଣ ଦରୱାନ, ଟଙ୍କଧର କୁଅଁର ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ। ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ରତନ ପଟ୍ଟନାୟକ, ଅମୂଲ୍ୟ ବେହେରା, ରାଜେନ୍ଦ୍ର ପଢିଆରୀ, ନବଘନ ସାହୁ, ସୁନୀଲ ମାଝି, ନଟବର ପ୍ରଧାନ, ପ୍ରଭଞ୍ଜନ ମହାପାତ୍ର, କେଦାରନାଥ ସାହୁ, ବିଶ୍ବଜିତ ପଟ୍ଟନାୟକ, ଅମିତ ସାମଲ, ଦିଲ୍ଲୀପ ଭୂୟାଁ, ମୀନକେତନ ସାଲମା ପ୍ରମୁଖ ସହଯୋଗ କରିଥିଲେ।

ରକ୍ତଦାତା ଜୀବନଦାତାମାନେ ହେଲେ- ଅଜିତ ସାହୁ, ରାଜେନ୍ଦ୍ର ପଢ଼ିଆରୀ, ବିଚିତ୍ର ପ୍ରଧାନ, ନବଘନ ସାହୁ, ସୁନୀଲ ମାଝି, ନଟବର ପ୍ରଧାନ, ଦିଲ୍ଲୀପ ଭୂୟାଁ, ଦେବେନ୍ଦ୍ର ନାଏକ, ରାଜେଶ ପାତ୍ର, ଶିବ ପାଇକରାୟ, ରାଜେଶ ଜେନା, ବିଜୟ ସାହୁ, ରାଜକିଶୋର ସାହୁ, ବିଜନ ସେଠୀ, ଅନିଲ ଦାଶ, ରତିକାନ୍ତ ଦ୍ବାରୀ, ମୀନକେତନ ସାଲମା, ମିଟୁ ନାଏକ, ଶୁଭମ ରଞ୍ଜନ ଜେନା, ଶିବରାମ ମିଶ୍ର, ଲକ୍ଷ୍ମୀଧର ନାଏକ, ପ୍ରମୋଦ ପ୍ରଧାନ, ଭୀଷ୍ମ ବେହେରା, ଅମର ପାତ୍ର, ବିକାଶ ସା, ସୁବାସ କୁଦେଇ, ପ୍ରଫୁଲ୍ଲ ସେଠୀ, ଶୁଭ୍ରାଂଶୁ ରାଉତ, ସୁଶାନ୍ତ ସାହୁ, ଦେବାଶିଷ ମହାନ୍ତି।

ସମ୍ବନ୍ଧିତ ଖବର