ତରଭାରେ ନିଆରା ରକ୍ତଦାନ ଶିବିର, ରକ୍ତଦାନ କଲେ ୧୦୪ ମହିଳା

ତରଭା : ‘ସମ୍ବାଦ- ଆମ ଓଡ଼ିଶା’ ଓ ତରଭା ଆଇସିଡିଏସ୍‌ଙ୍କ ମିଳିତ ଆନୁକୂଲ୍ୟରେ ବୁଧବାର ଆଇସିଡିଏସ୍‌ ଅଫିସରେ ଏକ ନିଆରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ୧୦୪ ଜଣ ମହିଳା ରକ୍ତଦାନ କରି ରେକର୍ଡ ସୃଷ୍ଟି କରିଛନ୍ତି। ସୋନପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ଉପଜିଲ୍ଲାପାଳ ବଳରାମ ମଲ୍ଲିକ, ଡିଏସଡବ୍ଲୁଓ ଅଷ୍ଟେରିଆ କେରକେଟା, ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକ, ଜିଲ୍ଲା ପରିଷଦ ସଭ୍ୟ ସରୋଜ କମ୍ପ, ବିଡିଓ ନିହାର ରଞ୍ଜନ କହଁର, ଥାନା ଆଇଆଇସି ଡୋଳମଣି ଭୋଇ, ଏନ୍‌ଏସିର ନିର୍ବାହୀ ଅଧିକାରୀ କନିକା ଚକ୍ରବର୍ତ୍ତୀ, ସିଡିପିଓ ସବିତା ଦୋରା ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ଶିବିରରେ ଡିଏସଡବ୍ଲୁଓ ଅଷ୍ଟେରିଆ କେରକେଟା, ସିଡିପିଓ ଶ୍ରୀମତୀ ଦୋରା ଓ ଜାଗୃତି ମହିଳା ସଂଗଠନର ସଭାନେତ୍ରୀ ଅନିତା ସାହୁଙ୍କ ସମେତ ମୋଟ ୧୦୪ ଜଣ ମହିଳା ସ୍ବେଚ୍ଛାରେ ରକ୍ତଦାନ କରିଥିଲେ। ବଲାଙ୍ଗୀର ରକ୍ତ ଭଣ୍ଡାରର ଡା. ପ୍ରଜ୍ଞା ପାରମିତା ନାୟକ, ଟେକ୍ନିସିଅନ ତାପସ ରଞ୍ଜନ ସାହୁ, ରଞ୍ଜନ ବରାଡ଼, ସହଯୋଗୀ ଅକ୍ଷୟ ବାଘ, ସୁଶୀଲ ସୁନା, ନିରୂପମା ଜାଲ ଓ ଶେଖ ଅବଦୁଲ ଅସରଫ ରକ୍ତ ସଂଗ୍ରହ କରିଥିଲେ। ଜାଗୃତି ମହିଳା ସଙ୍ଗଠନ ତରଭାର ସଭାନେତ୍ରୀ ଅନିତା ସାହୁଙ୍କ ନେତୃତ୍ୱରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର