ୟୁସିପି ଇଂଜିନିୟରିଂ ସ୍କୁଲରେ ରକ୍ତଦାନ ଶିବିର : ୧୧୧ ୟୁନିଟ୍‌ ରକ୍ତ ସଂଗୃହୀତ

ବ୍ରହ୍ମପୁର : ଉମା ଚରଣ ପଟ୍ଟନାୟକ(ୟୁସିପି) ଇଂଜିନିୟରିଂ ସ୍କୁଲରେ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ୟୁସିପି ଓ ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରରେ ମୋଟ ୧୧୧ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ୟୁସିପି ଇଂଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ରକ୍ତଦାନ କରିଥିଲେ। ସେହିପରି ସରକାରୀ ପଲିଟେକ୍ନିକ୍‌ର ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀମାନେ ମଧ୍ୟ ଶିବିରରେ ସାମିଲ ହୋଇଥିଲେ। ୟୁସିପି ଇଂଜିନିୟରିଂ ସ୍କୁଲ ଅଧ୍ୟକ୍ଷ ଇଂ. ସୂର୍ଯ୍ୟନାରାୟଣ ଧର ଶିବିର ଉଦ୍‌ଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସ୍କୁଲର ବରିଷ୍ଠ ଅଧ୍ୟାପକ ଏସ୍‌.ଏସ୍‌ ରାଜ, ଅଧ୍ୟାପକ ଦେବୀ ପ୍ରସାଦ ଆଚାର୍ଯ୍ୟ, ଫାର୍ମାସିଷ୍ଟ ଆଇ.ଏମ୍‌ ପ୍ରଧାନ, ଇନ୍‌ଷ୍ଟ୍ରକ୍ଟର୍ ପି.କେ ପାତ୍ର, ଦୀପ୍ତି ଗୌଡ଼, ଅଧ୍ୟାପିକା ଶିଳ୍ପୀ ସଂଜୀବିତା ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଆମ ଓଡ଼ିଶା ସଂଯୋଜକ ବସନ୍ତ ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର