‘ସମ୍ବାଦ-ଆମ ଓଡ଼ିଶା‘ ଓ ‘ରାଉରକେଲା ଶ୍ରମିକ ସଂଘ’ର ରକ୍ତଦାନ ଶିବିର

ରାଉରକେଲା: ରକ୍ତ କୌଣସି ବିକଳ୍ପ ନାହିଁ। ତେଣୁ ସବୁଦାନ ଠାରୁ ରକ୍ତଦାନ ହେଉଛି ସର୍ବଶ୍ରେଷ୍ଠ ଦାନ। ଆଜି ସେକ୍ଟର-୧୮ସ୍ଥ ଶ୍ରମିକ ମନ୍ଦିର ପରିସରରେ ସ୍ବର୍ଗତଃ ଏମ୍‌ଡିଏନ୍‌ ପାଣିକରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ଓ ‘ରାଉରକେଲା ଶ୍ରମିକ ସଂଘ (ଆର୍‌ଏସ୍‌ଏସ୍‌)’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆର୍‌ଏସ୍‌ଏସ୍‌ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଏହା କହିଛନ୍ତି। ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଶ୍ରୀ ବେହେରା ରକ୍ତଦାତାମାନଙ୍କୁ ରକ୍ତଦାନ କରିବାକୁ ଉତ୍ସାହିତ କରିଥିଲେ। ‘ସମ୍ବାଦ- ଆମ ଓଡ଼ିଶା’ର ଏଭଳି ମହତ କାର୍ଯ୍ୟ ଓଡ଼ିଶାର ଏକ ବିକଳ୍ପ ସୃଷ୍ଟି କରିଛି। ଏହି ମହତ କାର୍ଯ୍ୟ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା।

ରକ୍ତଦାନ ପାଇଁ ସ୍ବଇଚ୍ଛାରେ ଆଗେଇ ଆସିବାକୁ ଶ୍ରୀ ବେହେରା ଏହି ଅବସରରେ ଯୁବବର୍ଗଙ୍କୁ ଆହ୍ବାନ କରିଥିଲେ। ଶିବିରରେ ମୋଟ ୫୫ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ଆର୍‌ଏସ୍‌ଏସ୍‌ ଉପସଭାପତି ସୁରେଶ ପାଣିଗ୍ରାହୀ, ଅକ୍ଷୟ ଜେନା, ନିହାର ଦାସ, ବୀରକିଶୋର ଦେଓ, ସହ ସାଧାରଣ ସମ୍ପାଦକ ଦିଲୀପ ମହାପାତ୍ର ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ପାଇଁ ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ରଘୁନାଥପାଲୀ କଂଗ୍ରେସର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଶିବିରରେ ଯୋଗଦେଇ ରକ୍ତଦାତାଙ୍କ ଉତ୍ସାହ ବଢ଼ାଇଥିଲେ। ଶିବିର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ଆର୍‌ଏସ୍‌ଏସ୍‌ର ଦେବାଶୀଷ ଜେନା, ପ୍ରତାପ ପଣ୍ଡା, ସୌମ୍ୟକାନ୍ତ ଧଳ, ବିକାଶ ବେହୁରିଆ, ସୁରେଶ କିସାନ, ଆର୍‌.ଏନ୍‌. ଭୁକ୍ତା, କାର୍ତ୍ତିକ ବେହେରା, ସତ୍ୟପ୍ରିୟ ସାହୁ, ଅଖିଳ ପୃ୍ଷ୍ଟି, ଯୁଧିଷ୍ଠିର ସାହୁ, ତୁଷାର ସାହୁ, ଅଶୋକ ମଲ୍ଲିକ ପ୍ରମୁଖ ଶିବିର ପରିଚାଳନାରେ ସହାୟତା କରିଥିଲେ। ‘ସମ୍ବାଦ’ ରାଉରକେଲା ସଂସ୍କରଣର ମଳୟ ରଞ୍ଜନ ସାହୁ, ଦେବବ୍ରତ ଗଡତିଆ, ଅଭିନାଶ ଶୁକ୍ଳା, ଅଭୟ ନାୟକ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର