‘ସମ୍ବାଦ’ର ସମ୍ପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଆଜି ‘ସମ୍ବାଦ ଭବନ’ରେ ‘ଯୁବ ସ୍ବାଭିମାନ ଦିବସ’ ପାଳିତ ହୋଇଯାଇଛି। ଏହି ଉପଲେକ୍ଷ ଆଜି ସମ୍ବାଦ ଭବନରେ ଥିବା ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପୂଜାର୍ଚ୍ଚନା କରି ଶ୍ରୀ ପଟ୍ଟନାୟକଙ୍କ କରୋନାରୁ ଆଶୁ ଆରୋଗ୍ୟ କାମନା କରିଥିଲେ। ପରେ ପରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ‘ସମ୍ବାଦ’ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟର ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ସମ୍ବାଦ, କନକ ଟିଭି ଓ ରେଡିଓ ଚକଲେଟ୍ର ସହକର୍ମୀମାନେ ରକ୍ତଦାନ କରିଥିଲେ। କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ପକ୍ଷରୁ ଡା. ଦେବାଶିଷ ମିଶ୍ର ଓ ସହଯୋଗୀମାନେ ରକ୍ତ ସଂଗ୍ରହ କରିଥିଲେ।
ସଂପ୍ରତି କରୋନା ମହାମାରୀ ସତ୍ତ୍ବେ, ଗତବର୍ଷ ପରି ଏ ବର୍ଷ ମଧ୍ୟ ବନ ମହୋତ୍ସବ ସପ୍ତାହ ଅବସରରେ ‘ସମ୍ବାଦ ସାହିତ୍ୟ ଘର’ର ବିଭିନ୍ନ ଶାଖା ପକ୍ଷରୁ ଗତ ମାସ ରାଜ୍ୟବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ୧୮ ଅଗଷ୍ଟ ଯୁବ ସ୍ବାଭିମାନ ଦିବସ ଅବସରରେ ବାଲେଶ୍ବର ଆଇଟିଆଇ ବିଦ୍ୟାଳୟ ପରିସରରେ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା, ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ଗୋୖତମ ଶଙ୍କର ସ୍ବାଇଁ, ଶିକ୍ଷାବିତ ତଥା ସାହିତ୍ୟକି ଡ.ହରିଶ୍ଚନ୍ଦ୍ର ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଚାନ୍ଦିପୁରସ୍ଥିତ ଆଇଟିଆର୍ ନିର୍ଦ୍ଦେଶକ ଡ.ବିନୟ ଦାସ ବୃକ୍ଷରୋପଣ କରିଛନ୍ତି। ସାହିତ୍ୟ ଘର ପ୍ରତିଷ୍ଠାତା ସୋୖମ୍ୟରଂଜନ ପଟ୍ଟନାୟକ ସୁସ୍ଥ ହୋଇ ଫେରିବା ପରେ ଏବର୍ଷର କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଯାପନ କରିବେ। ସେ ପର୍ଯ୍ୟନ୍ତ ଶାଖାଗୁଡ଼ିକ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲୁ ରଖିବାକୁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି।