ସ୍ଥଳସେନା ଦିବସରେ ଚାନ୍ଦିପୁର ପିଏକ୍ସଇ ପକ୍ଷରୁ ରକ୍ତଦାନ ଶିବିର

ରକ୍ତଦାନ କଲେ ୧୦୧ ଯବାନ ଓ ପ୍ରତିରକ୍ଷା କର୍ମଚାରୀ

ଚାନ୍ଦିପୁର : ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ପ୍ରତିଷ୍ଠାନ ପିଏକ୍ସଇ ସ୍ଥଳସେନା ଦିବସ ଅବସରରେ ଆଜି ଏକ ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ପିଏକ୍ସଇ ହସ୍ପିଟାଲରେ ଅନୁଷ୍ଠିତ ହୋଇଯାଇଛି। ପିଏକ୍ସଇର ନିର୍ଦ୍ଦେଶକ ତଥା ବୈଜ୍ଞାନିକ ଡି. କେ. ଯୋଶୀ ଶିବିର ଉଦ୍‌ଘାଟନ କରି ପ୍ରଥମେ ରକ୍ତଦାନ କରିଥିଲେ। ଶ୍ରୀ ଯୋଶୀ ରକ୍ତଦାନ ଯୋଗୁ ରକ୍ତଦାତା ସୁସ୍ଥ ଓ ନିରୋଗ ରହିବା ସହ ସେହି ରକ୍ତ ଆବଶ୍ୟକ ବେଳେ ବହୁ ମୂଲ୍ୟବାନ ଜୀବନ ରକ୍ଷା କରିଥାଏ ବୋଲି ମତବ୍ୟକ୍ତ କରିଥିଲେ।

ଅନ୍ୟତମ ଅତିଥି ଭାବେ କର୍ଣ୍ଣେଲ ସୁମନ ଦତ୍ତ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଆର. କେ. ବଳ, ମେଜର ଡା. ପ୍ରତିତ୍ତ ସୁନ୍ଦରା, ସୁବେଦାର ଏସ୍. କେ. ଯାଦବ, ବାଲେଶ୍ବର ରକ୍ତଭଣ୍ଡାର ଅଧିକାରୀ ଡା. ମହେଶ କୁମାର ବିଶ୍ବାଳ, ଷ୍ଟାଫ୍‌ ଅଫିସର ସୁଶାନ୍ତ ଜେନା, ଟେକ୍ନିକାଲ ଅଫିସର ସୁଦୀପ କୁମାର ରାଉତ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରୁ ୧୦୧ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ଡା. ବିଶ୍ୱାଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ଦେବାଶିଷ ଦତ୍ତ, ସୁଚିସ୍ମିତା ଦାସ, ଅକ୍ଷୟ କୁମାର ଜେନା, ସହଯୋଗୀ ଅଜୟ କୁମାର ମହାପାତ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

ଜିତେନ୍ଦ୍ର କୁମାର, ଅଭ୍ୟୁଦୟ ଦାସ, ରବିନାରାୟଣ ମିଶ୍ର, ରଞ୍ଜନ କୁମାର ବାରିକ, ରବି ନାରାୟଣ ସାହୁ, ତାପସ ପାଲ, ଚୀରଞ୍ଜୀବ ମହାନ୍ତି ଶିବିର ପରିଚାଳନା କରିଥିଲେ। ‘ସମ୍ବାଦ’ ଚାନ୍ଦିପୁର ପ୍ରତିନିଧି ବିବେକାନନ୍ଦ ଦାସ, ଉତ୍ତର ଓଡିଶା ସଂସ୍କରଣ ଆମ ଓଡ଼ିଶାର ସହଯୋଗୀ ଲଷ୍ମୀଧର ବାରିକଙ୍କ ସମେତ ଗ୍ରୁପ ଏମ୍ପ୍ଲଇଜ ୟୁନିଅନ ଓ ୱାର୍କସ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ। ଏହି ଶିବିରରେ ସିଭିଲିଆନ ଓ ପ୍ରତିରକ୍ଷା କର୍ମଚାରୀମାନେ ରକ୍ତଦାନ କରିଥିଲେ।

ସମ୍ବନ୍ଧିତ ଖବର