ଭୁବନେଶ୍ବର: ବିଶିଷ୍ଟ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଜନ୍ମ ଦିନ ପାଳନ ଅବସରରେ ଭୁବନେଶ୍ବରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ୟୁଥ୍ ଭଏସ୍ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମଞ୍ଚେଶ୍ବରସ୍ଥିତ ଲା ଫିଏଷ୍ଟାରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଦିଲ୍ଲୀପ ରାୟ ଉଦ୍‌ଘାଟନ କରିଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ ଅଧ୍ୟକ୍ଷ ତଥା ପରିଚାଳନା ନର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଗଣେ‌ଶ ଜୟଦେବ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଦିଲ୍ଲୀପ ମଲ୍ଲିକ, ପରିଚୟ ଫାଉଣ୍ଡେସନ୍ ସଭାପତି ଡ. ରୋଜାଲିନ୍ ପାଟଶାଣୀ ଓ ଅଲମ୍ପିଆନ୍‌ ଦୂତି ଚାନ୍ଦ ଯୋଗଦେଇଥିଲେ। ସମାଜସେବୀ ଦୁର୍ଗାଶିଷ ମହାନ୍ତି, ଦୁର୍ଗା ସାମନ୍ତରାୟ, ଆମ ଓଡ଼ିଶା ସଂପାଦକ ଅରବିନ୍ଦ ଦାସ, ବିନୋଦ କୁମାର ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।

Advertisment

ୟୁଥ ଭଏସ ସଭାପତି ତଥା ଯୁବ ସମାଜସେବୀ ଆଡଭୋକେଟ୍ ଚିତ୍ତରଞ୍ଜନ ଦାସ ଶିବିର ପରିଚାଳନା କରିଥିଲେ। ଉପଦେଷ୍ଟା ଶୁଭ୍ରାଂଶୁ ଶେଖର ପାଢ଼ୀ, ସଂପାଦକ ରାଜେଶ ମହାରଣା, ଯୁଗ୍ମ ସଂପାଦକ ତୃପ୍ତି ରଞ୍ଜନ ବେଉରା, ସୁଶୀଲ ରାୟ, ଶେଖ୍ ନୁର ହାସନ୍, ଦିଲ୍ଲୀପ ନାୟକ, ଲକ୍ଷ୍ମଣ ଖଟୁଆ, ସୁବାଷ ପାତ୍ର, ପ୍ରଭୁଜିତ୍ ବେଉରା, ଲିପା ଦାସ, ରାଇମୋହନ ପଟ୍ଟନାୟକ, ଭାରତ ଚମ୍ପତିରାୟ, ଧୁଶାସନ ଚୌଧୂରୀ, ବିଶ୍ବଜିତ୍ ସାହୁ, ସନ୍ତୋ‌ଷ ନାଥ, ଅନିଲ କୁମାର ସ୍ବାଇଁ, ସୁରେଶ ସୁବୁଦ୍ଧି, ‌ଲୋକେଶ କୁମାର, ପ୍ରକାଶ ତ୍ରିପାଠୀ, ଦୀପକ କୁମାର ସାହୁ, ନିର୍ମଳ ରାଉତ, ସିଦ୍ଧାର୍ଥ ସାମଲ, ଦେବାଶିଷ ଦାଶ ଓ ଅନ୍ୟ ସଦସ୍ୟ ପରିଚାଳନାରେ ସହାୟତା କରିଥିଲେ। ଅନୁଷ୍ଠାନର ସମସ୍ତ ସଦସ୍ୟ ତଥା ଅନ୍ୟ ସ୍ବେଚ୍ଛା ରକ୍ତଦାତାଙ୍କ ସମେତ ମୋଟ ୨୦୦ ଜଣ ଏହି ଶିବିରରେ ରକ୍ତଦାନ କରିଥିଲେ। କଟକ କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାର ସଦସ୍ୟମାନେ ଶିବିରରୁ  ରକ୍ତସଂଗହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।