ଦିଲ୍ଲୀପ ରାୟଙ୍କ ଜନ୍ମଦିନରେ ରକ୍ତଦାନ ଶିବିର, ୧୩୨ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ବର : ବିଶିଷ୍ଟ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ୬୭ତମ ଜନ୍ମଦିବସ ପାଳନ ଅବସରରେ ଭୁବନେଶ୍ବରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭୁବନେଶ୍ବର ୟୁଥ୍ ଭଏସ୍ ରକ୍ତଦାନ କରି ଶ୍ରୀ ରାୟଙ୍କୁ ଜନ୍ମଦିବସ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଭୁବନେଶ୍ବର ୟୁଥ୍‌ ଭଏସ୍‌ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମଞ୍ଚେଶ୍ବରସ୍ଥିତ ଲା ଫିଏଷ୍ଟାରେ ଅନୁଷ୍ଠିତ ହୋଇଥିଲା।

ଏହି ରକ୍ତଦାନ ଶିବିରରେ ଅତିଥି ଭାବରେ ‘ମୋ ପରିବାର’ର କନଭେନର୍ ଶ୍ରୀ ଅରୂପ ପଟ୍ଟନାୟକ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଉତ୍ତର ବିଜେଡ଼ି ସଭାପତି ସୂର୍ଯ୍ୟକାନ୍ତି ଜେନା, ବିଜେଡ଼ି ସଂପାଦକ କୁନବିହାରୀ ଦାସ, ରାଜ୍ୟ ସଂପାଦକ ଦୁର୍ଗା ସାମନ୍ତରାୟ, ବିଜୁ ମହିଳା ଜନତା ଦଳ ସିନିୟର ଭାଇସ‌ ପ୍ରେସିଡେଣ୍ଟ ସଂଯୁକ୍ତା ମହାନ୍ତି ଓ ସମାଜସେବୀ ଦୁର୍ଗାପ୍ରସାଦ ମହାନ୍ତି ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଭୁବନେଶ୍ବର ୟୁଥ୍ ଭଏସ୍‌ର ସଭାପତି ଅଡ୍‌ଭୋକେଟ ଚିତ୍ତରଞ୍ଜନ ଦାସ ଏହି ଶିବିରର ଆୟୋଜନ ଓ ପରିଚାଳନା କରିଥିଲେ। ରାଜେଶ କୁମାର ମହାରଣା, କଞ୍ଜେଷ୍ଟାର ଜେନା, ଜ୍ୟୋତିରଂଜନ ରାୟ, ଅନୁପ କୁମାର ଖୁଣ୍ଟିଆ, ରାଇମୋହନ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ମଣ୍ଡଳ, ବିପ୍ଳବ ବେହେରା, ଉଷାରାଣୀ ଜେନା, କୃଷ୍ଣପ୍ରିୟା ମିଶ୍ର, ପ୍ରତାପ ରାଉରରାୟ, ଜ୍ୟୋତ୍ସ୍ନା ରାଉରରାୟ, ସନ୍ତୋଷ ନାଥ, ସିଦ୍ଧାର୍ଥ ସାମଲ, ରବିନାରାୟଣ ଖୁଣ୍ଟିଆ, ତୃପ୍ତି ବେଉରା, ସନ୍ଦିପ ଦାସ, ଦେବାଶିଷ ଦାସ, ସମରେନ୍ଦ୍ର ସାହୁ, ରଶ୍ମିତା ମହାନ୍ତି, ସମ୍ବିତ ମହାନ୍ତି ଓ ବାପି ମିଶ୍ର ପରିଚାଳନା କାର୍ଯ୍ୟରେ ସହାୟତା କରିଥିଲେ। ଅନୁଷ୍ଠାନର ସମସ୍ତ ସଦସ୍ୟ ତଥା ଅନ୍ୟ ସ୍ବେଚ୍ଛାରକ୍ତଦାତାଙ୍କ ସମେତ ୧୩୨ ଜଣ ଶିବିରରେ ରକ୍ତଦାନ କରିଥିଲେ। କଟକ କେନ୍ଦ୍ରୀୟ ରେଡ୍‌କ୍ରସ ରକ୍ତଭଣ୍ଡାର ପକ୍ଷରୁ ରକ୍ତସଂଗ୍ରହ କାର୍ଯ୍ୟ କରାଯାଇଥିଲା।

ଆମ ଓଡ଼ିଶାର ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ରକ୍ତଦାନ ଭଳି ମହତ କାର୍ଯ୍ୟ କରି ଜନ୍ମଦିବସ ଶୁଭେଚ୍ଛା ଜଣାଉଥିବାରୁ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଭୁବନେଶ୍ବର ୟୁଥ୍‌ ଭଏସ୍‌ର ସଭାପତି ତଥା ସମସ୍ତ ସଦସ୍ୟମାନଙ୍କୁ ସାଧୁବାଦ ଓ ସମସ୍ତ ରକ୍ତଦାତାଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହିତ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର