ଭୁବନେଶ୍ବର: ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉପଲକ୍ଷେ ଆଜି ‘ସମ୍ବାଦ’-‘ଆମ ଓଡ଼ିଶା’ ପକ୍ଷରୁ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ଦିନରେ ‘ସମ୍ବାଦ’ର ୯ଟି ଜୋନ୍ରେ ୪୧ଟି ରକ୍ତଦାନ ଶିବିର ଆୟୋଜନ ହୋଇ ୨୨୫୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ସମ୍ବଲପୁର ଜୋନ୍ରେ ୧୧ଟି ଶିବିରରୁ ୫୩୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଜୟପୁର ଜୋନ୍ରେ ୫ଟି ଶିବିରରେ ୩୪୯ ୟୁନିଟ୍, ଅନୁଗୁଳରେ ୪ଟି ଶିବିରରୁ ୩୧୬ ୟୁନିଟ୍, କଟକରେ ୩ଟି ଶିବିରରୁ ୨୮୮ ୟୁନିଟ୍, ଯାଜପୁରରେ ୬ଟି ଶିବିରରୁ ୨୪୫ ୟୁନିଟ୍, ବ୍ରହ୍ମପୁର ଜୋନ୍ରେ ୫ଟି ଶିବିରରେ ୧୬୯ ୟୁନିଟ୍, ଭୁବନେଶ୍ବର ଜୋନ୍ରୁ ୩ଟି ଶିବିରରେ ୧୫୪ ୟୁନିଟ୍, ରାଉରକେଲା ଜୋନ୍ରେ ୨ଟି ଶିବିରରୁ ୧୦୩ ୟୁନିଟ୍ ଓ ବାଲେଶ୍ବର ଜୋନ୍ରେ ୨ଟି ଶିବିରରେ ୯୪ ୟୁନିଟ୍
ରକ୍ତ ସଂଗୃହୀତ ହୋଇଛି।
ଜି.ଆଇ.ଏସ୍.ଟି., ଗୁଣୁପୁର, ରାୟଗଡ଼ାରୁ ସର୍ବାଧିକ ୧୫୦ ୟୁନିଟ୍, ଆଦିତ୍ୟ ଆଲୁମିନିୟମ ଲିମିଟେଡ୍, ଲପଙ୍ଗା, ସମ୍ବଲପୁରରୁ ୧୪୩ ୟୁନିଟ୍, ଏମ୍.ଆଇ.ଆଇ.ଟି.ଏସ୍, କୋଲନରା, ରାୟଗଡ଼ାରୁ ୧୨୨ ୟୁନିଟ୍, ସାଗରମଣ୍ଡପ, ନିମସାହି, କଟକରୁ ୧୨୮, ଯୋଡ଼ା, କେନ୍ଦୁଝରରୁ ୧୧୦ ୟୁନିଟ୍, ସମୀର ମୋଟର୍ସ, କେନ୍ଦ୍ରାପଡ଼ାରୁ ୧୧୪ ୟୁନିଟ୍, ଜଗନ୍ନାଥ ଡିଏଭି, ତାଳଚେରରୁ ୧୧୩ ୟୁନିଟ୍ ଓ ତୁକୁଡ଼ା, ଛେଣ୍ଡିପଦା, ଅନୁଗୁଳରୁ ୧୦୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଆଜିର ରକ୍ତଦାନ ଶିବିରର ସଫଳତା ପାଇଁ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସମସ୍ତ ରକ୍ତଦାତା, ସ୍ବେଚ୍ଛାସେବୀ, ସହଯୋଗୀ ଅନୁଷ୍ଠାନ, ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ସମସ୍ତ ସଦସ୍ୟା ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି।