କିଓର ଏଣ୍ଡ କେୟାର ମଲ୍ଟି ସ୍ପେସିଆଲିଟିର ପଞ୍ଚମ ବାର୍ଷିକୋତ୍ସବ ଉପଲକ୍ଷେ ରକ୍ତଦାନ ଶିବିର

ବାଲେଶ୍ଵର: ବାଲେଶ୍ଵର ସହର କନଭେଣ୍ଟ ସ୍କୁଲ ବିବେକାନନ୍ଦ ମାର୍ଗସ୍ଥିତ କିଓର ଏଣ୍ଡ କେୟାର ମଲ୍ଟିସ୍ପେସିଆଲିଟିର ପଞ୍ଚମ ବାର୍ଷିକ ଉତ୍ସବ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ କବି ପ୍ରଶାନ୍ତ କୁମାର ଦାସ ଏବଂ ମୁଖ୍ୟବକ୍ତା ଭାବେ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଲକ୍ଷ୍ମୀଧର ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଆୟୋଜକ ଓ ରକ୍ତଦାତାଙ୍କୁ ଏହି ମହତ କାର୍ଯ୍ୟ ପାଇଁ ଭୂୟସୀ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଭାବେ ଓଡ଼ିଶା ରକ୍ତ କେନ୍ଦ୍ର ବାଲେଶ୍ୱର ଶାଖାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ସଂସ୍ଥାର ଉପଦେଷ୍ଟା ନରୋତ୍ତମ ଜାନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଦସ୍ୟ ଶରତ କୁମାର ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ। କିଓର ଆଣ୍ଡ କେୟାରର ପ୍ରଶାସନିକ ଅଧିକାରୀ ଡାକ୍ତର ସରୋଜ କୁମାର ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଶେଷରେ ଧନ୍ୟବାଦ ଦେଇଥିଲେ କିଓର ଆଣ୍ଡ କେୟାରର କୋ-ଫାଉଣ୍ଡର ପାର୍ଥସାରଥୀ ବିଶ୍ୱାଳ।

ଅନ୍ୟମାନଙ୍କ ମଧ୍ୟରେ ମ୍ୟାନେଜର ପ୍ରଭାସିନୀ ସାହୁ, ନିତ୍ୟାନନ୍ଦ ପ୍ରଧାନ, ଅମିତ କୁମାର ପରିଡ଼ା,  ସନ୍ତୋଷ କୁମାର ସାହୁ, ପଦ୍ମିନୀ ମଣ୍ଡଳ, ନିବେଦିତା ସେଠୀ, ସୁନୀତା ସେନ, ମନୋଜ ତିୱାରି, ମନୋଜ ମାଝୀ, ବିଭୂତି ଭୂଷଣ ରାଉଳ, ଗୌତମ ସାହୁ, ସମ୍ବାଦ ବାଲେଶ୍ୱର ପ୍ରତିନିଧି ମନୋଜ କୁମାର ରାଉଳ, ଫଟୋଗ୍ରାଫର ମନୋଜ ବିଶ୍ୱାଳ, ଆମ ଓଡ଼ିଶାର ଉତ୍ତର ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥଲେ।

ସମ୍ବନ୍ଧିତ ଖବର