ରାଉରକେଲା/କଲେଇପୋଷ: ଦିନକୁ ଦିନ ରକ୍ତର ଆବଶ୍ୟକତା ବହୁଳ ଭାବେ ବଢ଼ିଯାଇଛି। ଜଣେ ରକ୍ତଦାନ କଲେ ଅନ୍ୟର ମୂଲ୍ୟବାନ ଜୀବନ ବଞ୍ଚିପାରିବ। ତେଣୁ ରକ୍ତଦାନ ହେଉଛି ମହଦାନ। ରକ୍ତ କୌଣସି ବିକଳ୍ପ ନାହିଁ। ଆଜି ଲହୁଣିପଡ଼ା କୁଡେଇକଳା ପଞ୍ଚାୟତସ୍ଥତ ଉଲସୁରେଇ କଲ୍ୟାଣ ମଣ୍ଡପର ଲହୁଣିପଡ଼ା ବ୍ଲକ ଡ୍ରାଇଭର ମହାସଂଘ ଓ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମହାସଂଘର ସଭାପତି ପ୍ରତାପ କୁମାର ମହାନ୍ତ କହିଛନ୍ତି। ସେ କହିଛନ୍ତି ରକ୍ତଦାନ ଦାନ କଲେ ମଣିଷର ଶରୀରର ଓଜନ ନିୟନ୍ତ୍ରଣଠୁ ଆରମ୍ଭ କରି ଉଚ୍ଚ ରକ୍ତଚାପ ହ୍ରାସ ପାଇଥାଏ। ତେଣୁ ରକ୍ତବିନା ସେମିତି କାହାର ଜୀବନ ନ ଯାଉ, ଆଜିର ଦିନରେ ସମସ୍ତ ଡ୍ରାଇଭରଭାଇମାନେ ସଂକଳ୍ପ ନେବା ଦରକାର ବୋଲି କହିଥିଲେ।

Advertisment

ମହାସଂଘର ସମ୍ପାଦକ ଗୁରୁଚରଣ ମୁଣ୍ଡାରୀ, କୋଷାଧ୍ୟକ୍ଷ ଯୋଶବନ୍ତ ପାତ୍ର, ଉପଦେଷ୍ଟା ବିକାଶ ସାହୁ ପ୍ରମୁଖ ସାମିଲ ହୋଇ ଡ୍ରାଇଭରମାଇମାନଙ୍କୁ ରକ୍ତଦାନ କରିବାକୁ ଉତ୍ସାହିତ କରିଥିଲେ। ଜଣେ ରକ୍ତଦାନ କଲେ ଅନେକ ଲୋକଙ୍କ ଜୀବନ ବଞ୍ଚିପାରିବ। ମହାସଂଘର ଏହି ପ୍ରୟାସ ନିଶ୍ଚିତଭାବେ ଅନ୍ୟମାନଙ୍କୁ ପ୍ରେରଣା ଦେବ। ଆଗାମୀ ଦିନରେ ସଂଘ ପକ୍ଷରୁ ଏଭଳି ଜନକଲ୍ୟାଣ କାର୍ଯ୍ୟ ଜାରି ରହିବ ବୋଲି ସେମାନେ କହିଥିଲେ। ଶିବିରରେ ରକ୍ତଦାନ କରିବାକୁ ଡ୍ରାଇଭରଭାଇମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଶିବିରରେ ମୋଟ ୧୧୮ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ମହାସଂଘର ସୁବର୍ଣ୍ଣ କିସାନ, ବଳରାମ ମହାନ୍ତ, ନକୁଳ ମାହାନ୍ତ, ମୋତିଲାଲ ରାଜପୁତ, ଭୁବନେଶ୍ବର ମାହାନ୍ତ, ସୁଶାନ୍ତ କିସାନ, ମହେନ୍ଦ୍ର ଆପଟ୍‌, ସନ୍ତୋଷ କୁମାର ଆପଟ୍‌, ରାଜାରାମ ମାହାନ୍ତ, ସନ୍ତୋଷ କୁମାର ଦେୟପୁରିଆ, ପଙ୍କଜ କୁମାର ମାହାନ୍ତ, କ୍ଷୀରୋଦ ପାତ୍ର, ବିଜୟ ମୁଣ୍ଡାରି, ମଦନ ମୁଣ୍ଡା ପ୍ରମୁଖ ଉପସ୍ଥିତ ରକ୍ତାଦାତାଙ୍କୁ ଉତ୍ସାହିତ କରିବା ସହ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ‘ସମ୍ବାଦ’ ରାଉରକେଲା ସଂସ୍କରଣ କର୍ମଚାରୀ ଓ କଲେଇପୋଷ ପ୍ରତିନିଧି ମଦନ ପାତ୍ର ଶିବିର ପରିଚାଳନାରେ ସହଯୋଗ କରିଥିଲେ।