ସତ୍ୟସାଇ ମନ୍ଦିରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ମାଲକାନଗିରି: ମାଲକାନଗିରି ସଦର ମହକୁମା ସ୍ଥିତ ସତ୍ୟସାଇ ମନ୍ଦିର ପରିସରରେ ଆମ ଓଡିଶା ଓ ସତ୍ୟସାଇ ସେବା ସମିତି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୧୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ପ୍ରତି ବର୍ଷ ସତ୍ୟସାଇ ସେବା କେନ୍ଦ୍ର ତରଫରୁ ସମାଜସେବା କାର୍ଯ୍ୟ କରାଯାଉଥିବା ବେଳେ ସେହି କ୍ରମରେ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ କରାଯାଇଥାଏ। ଆବାହକ ଗୋପାଲ ରାଓ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।

ଏହି ରକ୍ତଦାନ ଶିବିରରେ ରକ୍ତଦାତାମାନେ ହେଲେ ସରୋଜ ପାତ୍ର, ପ୍ରଣତୀ ମିଶ୍ର, ଲଛମୁ ମାଡକାମୀ, ସାଇ ପ୍ରସାଦ ପଟେଲ, ଜି.କ୍ରାନ୍ତି, ତେଜେଶ୍ବର ରାଓ, ରାଜେଶ ସ୍ବାଇଁ, ମଙ୍ଗଳ କିଷାନ, ରବୀ ମୁଦୁଲି, ଅଜିତ କୁମାର ପାତ୍ର, ମୋହନ ବାଙ୍କିଆ, ସୁବ୍ରତ ମଲ୍ଲିକ। ଏହି କାର୍ଯ୍ୟକ୍ରମରେ କେ.ଗୋପାଲ ରାଓ, କେ.କ୍ରିଷ୍ଣା କୁମାରୀ, ଭଞ୍ଜ ଖଣ୍ଡୁଆଳ, ଅଜିତ ପାତ୍ର, ରତ୍ନ କୁମାର ମିଶ୍ର, ସରୋଜ ପାତ୍ର, ସାଇ ପ୍ରସାଦ ପାତ୍ର, ପ୍ରଣତୀ ମିଶ୍ର, ତ୍ରିପତୀ ଆମ୍ମା, ଏମ ଦମୟନ୍ତି, ନିଲି ନାହକ, ପିଙ୍କି ପଟନାୟକ, ମନିଷ ଦାହିଆ, ଜି.କାନା ରାଜୁ, ବୁଜି ପଟ୍ଟନାୟକ, ରାଣୀ ପଟ୍ଟନାୟକ,ମାମା ନାହକ ପ୍ରମୁଖ ସହଯୋଗ କରିଥିଲେ। ଜିଲ୍ଲା ସଂଯୋଜକ ପ୍ରମେନ୍ଦ୍ର ପରିଛା ପରିଚାଳନାରେ ସହଯୋଗ କରିଥିବା ବେଳେ ରକ୍ତ ସଂଗ୍ରହରେ ଡାକ୍ତର ଅନୀଲ ମିଶ୍ର, ଟେକନିସିୟାନ ସୁଜଲ ରାୟ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର