ବେତନଟୀ ସଦର: ‘ସମ୍ବାଦ’ ଓ ଆମ ଓଡ଼ିଶାର ପ୍ରତିଷ୍ଠା ଦିବସ ଅବସରରେ ମୟୂରଭଂଜ ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଉପକଣ୍ଠ ମହୁରୀସ୍ଥିତ ନିତା କମ୍ପ୍ୟୁଟର ସେଣ୍ଟର ଓ ସମ୍ବାଦ ଆମ ଓଡ଼ିଶା, ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନିତା କମ୍ପ୍ୟୁଟର ସେଣ୍ଟରର ପରିଚାଳନା ନିର୍ଦେଶିକା ରଶ୍ମୀରେଖା ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ଶିବିରର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡ଼ସାହି ବିଧାୟକ ଶ୍ରୀଯୁକ୍ତ ସନାତନ ବିଜୁଳି ଓ ବୈଶିଙ୍ଗା ଥାନା ଅଧିକାରୀ ଶ୍ରୀ ତପନ କୁମାର ପ୍ରଧାନ ଯୋଗଦାନ ପୂର୍ବକ ଫିତା କାଟି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।

Advertisment

ଅନ୍ୟମାନଙ୍କ ମଧ୍ୟରେ ସାମଜସେବୀ ବିବେକାନନ୍ଦ ପଣ୍ଡା, ରବିନାରାୟଣ ପଣ୍ଡା, ବୃନ୍ଦାବନ ଦାସ, ସଞ୍ଜୟ ପ୍ରଧାନ, ଦେବେନ୍ଦ୍ର ପଣ୍ଡା, ଶାନ୍ତନୁ ପଣ୍ଡା, ବିନୋଦ ସିଂ, ସାମ୍ବାଦିକ ବିମଳେନ୍ଦୁ ମହାପାତ୍ର, ସଞ୍ଜୟ ମିଶ୍ର, ସୀତାନାଥ ବେହେରା, ସତ୍ୟପ୍ରକାଶ ପ୍ରଧାନ, ଅବିନାଶ ପଣ୍ଡା, ରଣଜିତ ନାୟକ ପ୍ରମୁଖ ଯୋଗଦେଇ ସ୍ବେଚ୍ଛା ରକ୍ତଦାନର ମହତ୍ତ୍ଵ ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଶିବିରରୁ ୪୧ ୟୁନିଟ ରକ୍ତସଂଗୃହୀତ ହୋଇଥିଲା। କାର୍ଯ୍ୟକ୍ରମକୁ ନିତା କମ୍ପ୍ୟୁଟର ସେଣ୍ଟରର ସୋନାଲି ବେହେରା, ତ୍ରିପ୍ତି କୁମାରୀ ବେରା, ୟାଶୀତା ସୁମନ, ନିଶିଥ ନମନ ନାୟକ, ଜୟଦେବ ନାୟକ ପ୍ରମୁଖ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ସହଯୋଗ କରିଥିଲେ । ବାଲେଶ୍ୱର ସ୍ଥିତ ଓଡିଶା ରକ୍ତଦାନ କେନ୍ଦ୍ର ତରଫରୁ ରକ୍ତ ସଂଗ୍ରହ କରିବା ସହିତ ନମୁନା ପରୀକ୍ଷା କରାଯାଇଥିଲା।ପରିଶେଷରେ ସମ୍ବାଦର ବେତନଟୀ ବ୍ଲକ ପ୍ରତିନିଧି ଦୀପକ କୁମାର ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।