ମାଲକାନଗିରି: ଯୁବ ସ୍ବାଭିମାନ ଦିବସ ଅବସରରେ ମାଲକାନଗିରି ଏମଭି-୩ ସ୍ଥିତ ସୀମା ସୁରକ୍ଷାବଳ ଶିବିର ଠାରେ ବିଏସଏଫ ଏବଂ ଆମ ଓଡିଶା ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସୀମା ସୁରକ୍ଷା ବଳର ଡିଆଇଜି ବିଜୟ ସିହ୍ନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଏକ ମହାପୁଣ୍ୟ ଓ ରକ୍ତର ବିକଳ୍ପ କେବଳ ଏକ ମଣିଷ ହିଁ ପୁରଣ କରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ କମାଣ୍ଡାଣ୍ଟ ଏମ୍. ପ୍ରସାଦ, କମାଣ୍ଡାଣ୍ଟ ବରୁଣେନ୍ଦ୍ର ପ୍ରତାପ ସିଂହ, ଡେପୁଟୀ କମାଣ୍ଡାଣ୍ଟା ଯଶଞ୍ଵନ୍ଦିର ସିଂହ, ଡାକ୍ତର ଏଚ.ଡ଼ି.ସିଂହ, ଡେପୁଟି କମାଣ୍ଡାଣ୍ଟ ସୁଭଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

Advertisment

ସେହିପରି ଆୟୋଜିତ ଏକ ସଭାରେ ଅତିଥିଭାବେ ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ତଥା ସମ୍ପାଦକ ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ୱାଇଁ ଓ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସାଗର ବାଲା ଯୋଗଦାନ କରି ରକ୍ତଦାନର ମହତ୍ତ୍ୱ ଓ ଲକ୍ଷଣ ବିଷୟରେ ମତଦାନ କରିଥିଲେ। ଏହି ଶିବିରକୁ ଡେପୁଟୀ କମାଣ୍ଡାଣ୍ଟ ଶୁଭଞ୍ଜନ ମହାପାତ୍ର ପରିଚାଳନା କରିଥିଲେ। ଏହି ଶିବିରରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ତ୍ରିନାଥ ଚରଣ ପଣ୍ଡା, ସୁଜଲ ରାୟ, ମୋହନ ଖେମୁଣ୍ଡୁ ରକ୍ତ ସଂଗ୍ରହ କରିବାରେ ସାହାଯ୍ୟ କରିଥିଲେ।ସୀମା ସୁରକ୍ଷାବଳ ସୀମା ସୁରକ୍ଷା ବ୍ୟତୀତ ରକ୍ତଦାନ, ବୃକ୍ଷ ରୋପଣ, ଗରିବଙ୍କୁ ସାହାଯ୍ୟ ପ୍ରଦାନ ଓ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ପ୍ରଦାନ କରି ଜିଲ୍ଲାରେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଛନ୍ତି। ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ପ୍ରେମେନ୍ଦ୍ର ପରିଛା ପରିଚାଳନାରେ ସହଯୋଗ କରିଥିବା ବେଳେ ସାହିତ୍ୟ ଘରର ସଭାପତି ଡଃ ରଞ୍ଜନ କୁମାର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

publive-image

ରକ୍ତଦାତା- ଯିତେନ୍ଦ୍ର କୁମାର ଗିରି, ଦିନେଶ କୁମାର ଯାଦବ, ସଂତୋଷ ନାୟକ, ମୋହନ ଲାଲ, ଅମନଦୀପ ସିଂହ, ନାଗେନ୍ଦ୍ର ସିଂ, ଓମପାଲ ସିଂ, ଆର.ଆର କ୍ରିଷ୍ଣନ, ସଂଦୀପ କୁମାର, ଏସ.ମହେଶ, ସୁଦର୍ଶନ କର୍ମାକର, ଆର.କେ ତ୍ରିପତୀ, ହିରକ ଚାଟର୍ଜୀ, ମନଦୀପ ଲାଲ, ବିକାଶ କୁମାର ସିଂ, ଗୋବର୍ଦ୍ଧନ ରାମ, ବଣ୍ଡଥ ରିଙ୍କୁ, ଛତ୍ରପାଲ ଟଣ୍ଡନ, ନାସୁରି ଶିବା, ଆଶେଷ ସାହା, ଏସ ଆପ୍ପା ରାଓ, ବିଷ୍ଣୁ ପ୍ରସାଦ ମହାପାତ୍ର, ବିପିନ ସଗରିଆ, ବାବୁଲି ମାଡକାମୀ ଓ ରାଜୀବ ହାଲଦାର।